20.1 C
Bhubaneswar
Monday, November 25, 2024
Homeଓଡିଶାଭୁବନେଶ୍ୱରରେ ରିଙ୍ଗରୋଡ୍ ନିର୍ମାଣକୁ ଗଡକରିଙ୍କ ଅନୁମୋଦନ: ଟୁଇଟ୍ କରି ଜଣାଇଲେ ଅପରାଜିତା

ଭୁବନେଶ୍ୱରରେ ରିଙ୍ଗରୋଡ୍ ନିର୍ମାଣକୁ ଗଡକରିଙ୍କ ଅନୁମୋଦନ: ଟୁଇଟ୍ କରି ଜଣାଇଲେ ଅପରାଜିତା

ନୂଆଦିଲ୍ଲୀ : ଭୁବନେଶ୍ୱରର କସମୋପୋଲିସ ଛକଠାରେ ଏକ ଫ୍ଲାଏଓଭର, କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ନିକଟରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ ତଥା କ୍ୟାପିଟାଲ ରିଜନ ରିଙ୍ଗ୍ ରୋଡ ନିର୍ମାଣକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି । ଏସବୁ ପ୍ରକଳ୍ପ ନିର୍ମାଣ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବି କରିଥିଲେ ।

ଏସବୁ ପ୍ରକଳ୍ପକୁ ମନ୍ତ୍ରୀ ଅନୁମୋଦନ କରିଥିବା ଅପରାଜିତା ଟୁଇଟ କରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ରାଜଧାନୀରେ ଟ୍ରାଫିକ ବଢିବା ସହ ବିଭିନ୍ନ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି । ସାଧାରଣ ଲୋକମାନେ ବିଶେଷକରି ମହିଳା, ବରିଷ୍ଠ ନାଗରିକ ଓ ଶିଶୁମାନେ ରାସ୍ତା ପାର ହେବାବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ରାଜଧାନୀର କେତେକ ଅତି ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇଆସୁଛି । ସେହିପରି ରାଜଧାନୀ ମଧ୍ୟରେ ପ୍ରତିଦିନ ଅନେକ ଭାରିଯାନ ପ୍ରବେଶ କରୁଥିବାରୁ ତାହା ଲୋକମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଏକ ରିଙ୍ଗରୋଡ୍ ନିର୍ମାଣର ଆବଶ୍ୟକତା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking