ମୁମ୍ବାଇ : ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଉଭୟ ନିଜ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ। ଅମିତାଭ ଫିଲ୍ମ ‘ଝୁଣ୍ଡ’ରେ ସ୍ପୋର୍ଟ ଟିଚର୍ ଭାବରେ ନଜର ଆସିଥିଲେ। ଏବେ ତାଙ୍କୁ ରନୱେରେ ଦେଖିବାକୁ ମିଳିବ। ଏହି ସମୟରେ ଅଭିଷେକ ବଚ୍ଚନ ବି ଫିଲ୍ମ ‘ଦଶବୀ’କୁ ନେଇ ଖବରରେ। ନିକଟରେ ଏକ ଇଣ୍ଟରଭ୍ୟୁରେ, ଅଭିଷେକ ତାଙ୍କ ବାପାଙ୍କ ବିଷୟରେ କଥାବାର୍ତ୍ତା କରି ପିଲାଦିନକୁ ମନେ ପକାଇଛନ୍ତି।
ଅଭିନେତା କହିଛନ୍ତି, ଯେତେବେଳେ ସେ ଅଧ୍ୟୟନ ପାଇଁ ସ୍ୱିଜରଲ୍ୟାଣ୍ଡର ବୋର୍ଡିଂ ସ୍କୁଲକୁ ଯାଇଥିଲେ। ପ୍ରାୟତଃ ସେ ତାଙ୍କ ଗ୍ରେଡ୍ ବାପାଙ୍କଠାରୁ ଲୁଚାଇ ରଖୁଥିଲେ। ଯେତେବେଳେ ସେ ପରୀକ୍ଷାରେ ଖରାପ ମାର୍କ ପାଉଥିଲେ, ସେତେବେଳେ ସେ ତାଙ୍କ ବାପାଙ୍କ ଗାଳିଗୁଲଜ ଭୟରେ ରିପୋର୍ଟ କାର୍ଡ ଲୁଚାଉରଖୁଥିଲେ। ଥରେ ଅମିତାଭ ରିପୋର୍ଟ କାର୍ଡ ମଗେଇନେଇଥିଲେ। ଅଭିଷେକ ତାଙ୍କ ରେଜଲ୍ଟକୁ ତାଙ୍କଠାରୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ।
ଅଭିଷେକ କହିଛନ୍ତି, “ମୁଁ ପୋଷ୍ଟମ୍ୟାନଙ୍କୁ ଅପେକ୍ଷା କରିଥିଲି ଏବଂ ଭାବିଥିଲି ରିପୋର୍ଟ କାର୍ଡ ପାଇବା ମାତ୍ରେ ଲୁଚାଇଦେବି। ମୁଁ ସ୍ୱିଜରଲ୍ୟାଣ୍ଡକୁ ଫେରିବା ପର୍ଯ୍ୟନ୍ତ ଏହାକୁ ଲୁଚାଇ ରଖିବି। କିନ୍ତୁ ଦିନେ ଘରର ଇଣ୍ଟରକମ୍ ରେ ଆସିଲା ବାପାଙ୍କ କଲ୍ । ତାଙ୍କ ପାଖରେ ମୋର ରିପୋର୍ଟ କାର୍ଡ ଥିଲା ଏବଂ ସେ ତାଙ୍କ ଷ୍ଟଡିରେ ବସି ଏହାକୁ ଉଚ୍ଚ ସ୍ୱରରେ ପଢୁଥିଲେ। ମୁଁ ଭାବୁଥିଲି ତାଙ୍କୁ ମୋର ରେଜଲ୍ଟ କାର୍ଡ କିପରି ମିଳିଲା?
ଏହାପରେ ବାପା ମୋତେ ବୁଝାଇଥିଲେ, “ଆମେ ଏତେ ସଂଘର୍ଷ କରି ଟଙ୍କା ରୋଜଗାର କରୁଛୁ, ଆମେ କଠିନ ପରିଶ୍ରମ ଏବଂ ପାଠ ପଢାଉଛୁ ଏହାର ଅର୍ଥ ନୁହେଁ ଯେ ତୁମେ ସେଠାରେ ମଜା କରିବ। ତୁମକୁ ଦାୟୀତ୍ୱବାନ ହେବାକୁ ପଡିବ। “ଅଭିଷେକ ଆହୁରି କହିଛନ୍ତି, ବାପା ମୋତେ କେବେ ହାତ ଉଠାଇ ନାହାଁନ୍ତି କି ବଡ ପାଟି କରି କଥା ହୋଇ ନାହାଁନ୍ତି। ଏହାର କେବେ ଆବଶ୍ୟକତା ପଡିନି। ସେ ଆରାମରେ କହୁଥିଲେ ଏବଂ ପୁରା ପରିବାର ବୁଝି ଯାଉଥିଲା।