ଗୁରୁଗ୍ରାମ: ଏକ ଘଟଣାରେ ଜଣେ ମହିଳା ତାଙ୍କ ପଡ଼ୋଶୀ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ଦିନ ପୋଲିସ କହିଛି ଯେ 29 ବର୍ଷ ବୟସ୍କା ମହିଳା ତାଙ୍କ ଘରେ ଏକୁଟିଆ ଥିଲେ ଯେତେବେଳେ ଏହି ଅପରାଧ ଘଟିଥିଲା।
ପୋଲିସର ସୂଚନାନୁସାରେ, ପୀଡିତାଙ୍କ ଅଭିଯୋଗକୁ ଭିତ୍ତି କରି ମଙ୍ଗଳବାର ଦିନ ଭଣ୍ଡସୀ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରାଯାଇଥିଲା। ଅଭିଯୁକ୍ତ ପଳାଇଥିବା ପୋଲିସ କହିଛି।
ମହିଳା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସୋମବାର ଦିନ ସେ ତାଙ୍କ ଘରେ ଏକୁଟିଆ ଥିଲେ 1 ତାଙ୍କ ସ୍ୱାମୀ ଅଫିସକୁ ଚାଲିଯାଇଥିଲେ ଏବଂ ତାଙ୍କ ପିଲାମାନେ ସ୍କୁଲକୁ ପାଠପଢିବାକୁ ଯାଇଥିଲେ।
ଅଭିଯୁକ୍ତଙ୍କୁ ସୋନୁ ବୋଲି ପୋଲିସ ଚିହ୍ନଟ କରିଛି। ଏଫଆଇଆର ଅନୁଯାୟୀ ପୋଲିସ କହିଛି ଯେ, ସୋନୁ ପୀଡିତାଙ୍କୁ ତାଙ୍କ ସ୍ୱାମୀ କେଉଁଠାରେ ଅଛନ୍ତି ବୋଲି ପଚାରିଥିଲେ ଏବଂ ଯେତେବେଳେ ସେ ତାଙ୍କୁ ସ୍ୱାମୀ ଉପସ୍ଥିତ ନଥିବା କହିଥିଲେ ସେତେବେଳେ ଅଭିଯୁକ୍ତ ଜଣକ ଘର ଭିତରକୁ ଜବରଦସ୍ତ ପଶି ଆସିଥିଲେ।
ପୋଲିସ କହିଛି ଯେ ସୋନୁ ଉକ୍ତ ମହିଳାଙ୍କୁ ବଳାତ୍କାର କରିଥିଲେ ଏବଂ ଯଦି କାହାକୁ ଏହା ଜଣାଇବେ ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଯେତେବେଳେ ସ୍ୱାମୀ ଫେରି ଆସିଲେ, ମହିଳା ଜଣକ ତାଙ୍କୁ ଏହି ଘଟଣାର ବର୍ଣ୍ଣନା କରିଥିଲେ ଏବଂ ସେମାନେ ଥାନାକୁ ଆସି ଅଭିଯୋଗ କରିଥିଲେ ।
ମହିଳାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଡାକ୍ତରୀ ପରୀକ୍ଷା କରାଯାଇଥିଲା ଯେଉଁଥିରେ ଜଣାପଡିଲା ଯେ ମହିଳା ଜଣକ ବଳାତ୍କାର ହୋଇଛନ୍ତି ।
ଭଣ୍ଡସୀ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଦେବନ୍ଦର କୁମାର କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା ଧାରା 376 (ବଳାତ୍କାର) ଏବଂ 506 (ଅପରାଧିକ ଧମକ) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଥାନାଧିକାରୀ ଏହା ମଧ୍ୟ କହିଛି ଯେ ପଳାତକ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି।