ନୂଆଦିଲ୍ଳୀ: ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଥମୁନି ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଏବେ ବି ଲଢ଼େଇ ଜାରି ରହିଛି । ଯୁଦ୍ଧରେ ଉଭୟ ଦେଶ ଅନେକ ସୈନିକଙ୍କୁ ହରାଇଥିବା ବେଳେ ବହୁ ସାଧାରଣ ଲୋକଙ୍କ ଜୀବନ ଗଲାଣି । ଏହାରି ଭିତରେ ଯୁଦ୍ଧକୁ ନେଇ ଆସିଛି ଏକ ଭୟାନକ ଖବର । ଯାହା ସମସ୍ତ ୟୁକ୍ରେନବାସୀଙ୍କୁ ଦୁଃଖିତ କରିଛି । ୟୁକ୍ରେନର ଜଣେ ମହିଳା ସାଂସଦ ଲେସିଆ ଭାସିଲେଂକୋ ଏକ ବଡ଼ ଅଭିଯୋଗ ଆଣିଛନ୍ତି ।
ସେ କହିଛନ୍ତି କି ଜଣେ ନାବାଳିକାଙ୍କୁ ରୁଷର ସୈନିକ ମାନେ ଦୁଷ୍କର୍ମ କରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଗତକାଲି ସାଂସଦ ଲେସିଆ ଟ୍ବିଟର ମାଧ୍ୟମରେ ଦୁଃଖ ପ୍ରକାଶ କରିବା ସହ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଜଣେ ମାତ୍ର ୧୦ ବର୍ଷର ନାବାଳିକାକୁ ରୁଷ ସୈନିକ ମାନେ ଦୁଷ୍କର୍ମ କରିଛନ୍ତି । ଖାଲି ସେତିକି ନୁହେଁ ସାଂସଦ ଆହୁରି ମଧ୍ୟ ତାଙ୍କ ଟୁଇଟର ଲେଖିଛନ୍ତି ରୁଷର ସୈନିକ ଲୁଟ୍ କରୁଛନ୍ତି । ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଉଛି । ଜଣେ ମାତ୍ର ୧୦ ବର୍ଷର ଝିଅ ସହ ଏପରି କରିଛନ୍ତି ରୁଷ ସୈନିକ । ଯାହା ଅତ୍ୟନ୍ତ ଦୁଃଖଦଦାୟକ ।