28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଚଳନ୍ତା ବସ୍‌ରେ ଲାଗିଲା ନିଆଁ : ୩ମୃତ, ୫ଗୁରୁତର

ଚଳନ୍ତା ବସ୍‌ରେ ଲାଗିଲା ନିଆଁ : ୩ମୃତ, ୫ଗୁରୁତର

ଜୈସଲମେର: ଭାରତ-ପାକିସ୍ତାନ ସୀମାରେ ଥିବା ଜୈସଲମେର ଜିଲ୍ଲାରେ ଆଜି ବଡ଼ ଧରଣର ଦୁର୍ଘଟଣା ଘଟିଛି । ସେଠାରେ ଗୋଟିଏ ବସ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା କାରଣରୁ ସେଥିରେ ଥିବା ୮ଜଣ ଯାତ୍ରୀ ଜଳିଯାଇଛନ୍ତି । ଜଳିଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଅଧିକ ଗୁରୁତର ଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣା ପର ଅଧିକ ସଂଖ୍ୟାରେ ସ୍ଥାନୀୟ ଲୋକ ସେଠାରେ ଏକାଠି ହୋଇଥିଲେ ।
ସୂଚନା ଅନୁସାରେ, ଦୁର୍ଘଟଣାରେ ଶିକାର ହୋଇଥିବା ଲୋକମାନେ ସଦାରାମର ମେଳାରେ ସାମିଲ ହୋଇ ଫେରୁଥିଲେ ।

ଏହି ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ପୋଲିସର ସୂଚନା ଅନୁସାରେ, ଜୈସଲମେରରୁ ୧୫ କିଲୋମିଟର ଦୂର ସଦର ଥାନା ଅଞ୍ଚଳରେ ସକାଳ ୧୦ଟାରେ ଏହା ଘଟିଥିଲା । ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଆରାମ୍ଭ ହୋଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।ସେଠାରେ ରାସ୍ତାର ଉଚ୍ଚତା ବଢ଼ାଇବାର କାମ ଚାଲିଥିଲା । ଫଳରେ ଉପରେ ଥିବା ବିଦ୍ୟୁତ ତାର ଟିକେ ତଳକୁ ହୋଇଥିଲା । ବସ୍ ଭିତର ବ୍ୟତୀତ ବସ୍ ଉପରେ ବି ଶ୍ରଦ୍ଧାଳୁ ବସିଥିଲେ । ସେଠାରେ ରାସ୍ତା ଅତିକ୍ରମ କରୁଥିବା ବେଳେ ବସ ଉପରେ ବସିଥିବା ଯାତ୍ରୀ ବିଜୁଳି ତାର ସଂସ୍ପର୍ଶରେ ଆସିଥିଲେ । ସେମାନେ ବିଦ୍ୟୁତ ସଂସ୍ପର୍ଶରେ ଆସିବା ପରେ ସମ୍ପୂର୍ଣ୍ଣ ବସଟି ବିଦ୍ୟୁତ୍ କରେଣ୍ଟ ବ୍ୟାପିଯାଇଥିଲା । କିନ୍ତୁ ଡ୍ରାଇଭର ଜଣକ ତତ୍ପରତା ଦେଖାଇ ବସଟିକୁ ଆଗକୁ ନେଇଥିଲେ, ଫଳରେ କରେଣ୍ଟ ଅଳ୍ପ ସମୟ ରହିଥିଲା । କିନ୍ତୁ ସେତେବେଳେକୁ ୮ ଜଣ ଲୋକ ଏହାର ଶିକାର ହୋଇ ସାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking