32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶପୁଣି ବଢ଼ିଲା ସରକାରୀ କର୍ମଚାରୀଙ୍କ ଡିଏ

ପୁଣି ବଢ଼ିଲା ସରକାରୀ କର୍ମଚାରୀଙ୍କ ଡିଏ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ଡିଏ ପୁଣି ଥରେ ବୃଦ୍ଧି ପାଇଛି। ବିହାରର ନୀତୀଶ ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ଭତ୍ତାକୁ ୩୧ ରୁ ୩୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ୧ ଜାନୁଆରୀ, ୨୦୨୨ ରୁ କର୍ମଚାରୀମାନେ ଏହି ବର୍ଦ୍ଧିତ ଭତ୍ତାର ଲାଭ ପାଇବେ। ଅର୍ଥ ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଏହା ସହିତ ରାଜ୍ୟ କର୍ମଚାରୀଙ୍କ ଡିଏ ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ସହିତ ସମାନ ରହିଛି।
ସୁଚନା ଯେ, ମନ୍ତ୍ରିମଣ୍ଡଳର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିବା ବେଳେ ଏହାକୁ ସ୍‌ସ୍ୱୀକୃତି ମିଳିଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ୧୧୩୩ କୋଟି ଟଙ୍କାର ଅତିରିକ୍ତ ପ୍ରଭାବ ପକାଇବ। ଏହା ସହିତ, ବିହାରର ସଞ୍ଚିତ ନିଧିପାଣ୍ଠିର ସୀମା ସାମୟିକ ଭାବରେ ୩୫୦ କୋଟିରୁ ୯୫୦୦ କୋଟି ଭିତରେ ୩୦ ମାର୍ଚ୍ଚ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ବୈଠକରେ ଶିଳ୍ପସଂସ୍ଥାଗୁଡ଼ିକୁ ଉଚିତ ମୂଲ୍ୟରେ କୋଇଲା ଯୋଗାଇବା ପାଇଁ ଚୟନ କରାଯାଇଥିବା ଏଜେନ୍ସିକୁ ତିନି ବର୍ଷର ମହଲତ ପ୍ରଦାନ କରାଯାଇଛି। ଏଥି ସହିତ ଅଗ୍ନି ନିର୍ବାପକ ଯାନ କିଣିବା ପାଇଁ ୪୩ କୋଟି ମଞ୍ଜୁର ହୋଇଛି। ଏହି ସଭାରେ ସମୁଦାୟ ୧୪ ଟି ଏଜେଣ୍ଡାକୁ ଗୁରୁତ୍ବ ଦିଆଯାଇଥିବା କୁହାଯାଇଛି। କ୍ୟାବିନେଟ ବୈଠକରେ ନୂତନ ଏକ୍ସାଇଜ୍ ନୀତି ମଧ୍ୟ ପାରିତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking