29.1 C
Bhubaneswar
Sunday, October 20, 2024
Homeଓଡିଶାବର୍ଷେ ପରେ ବି ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଚୁପ୍ : ହାତକୁ ହାତ ମିଶାଇଲେ,...

ବର୍ଷେ ପରେ ବି ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଚୁପ୍ : ହାତକୁ ହାତ ମିଶାଇଲେ, ସ୍ୱପ୍ନ ସାକାର କଲେ

ଫୁଲବାଣୀ : ସରକାରଙ୍କ ଗଦା ଗଦା ଯୋଜନା ସତ୍ୱେ ମଧ୍ୟ ପାନୀୟ ଜଳ ଯୋଗାଣ ଆଜି ପର୍ଯ୍ୟନ୍ତ ପହଞ୍ôଚପାରିନାହିଁ କନ୍ଧମାଳ ଜିଲ୍ଲାର ଅନେକ ଗ୍ରାମରେ । ତେବେ ଅନେକ ସହରାଞ୍ଚଳରେ ମଧ୍ୟ ପାନୀୟ ଜଳ ଯୋଗାଣ ସ୍ଥିତି ଗମ୍ଭୀର । ଅନ୍ୟ ଦିନମାନଙ୍କ ଅପେକ୍ଷା ଖରାଦିନ ଆସିଗଲେ ଏହି ସମସ୍ୟା ଉଦ୍‌ବେଗଜନ ପରିସ୍ଥିତି ସୃଷ୍ଟି କରିଥାଏ । ବିଶେଷ କରି ଜିଲ୍ଲାର ଦୁର୍ଗମ ଓ ଅପହଞ୍ଚ ଇଲାକାରେ ଖରାଦିନ ମାନଙ୍କରେ ଏହି ସମସ୍ୟା ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ନିଜ ଗ୍ରାମ ପାଇଁ ନିଜ ଶ୍ରମ ଓ ଅନୁଦାନ ଦ୍ୱାରା ଏବେ ପିଇବା ପାଣିର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଗତ ଏକ ବର୍ଷ ତଳେ ଠିକ୍ ଏହି ଦିନରେ କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଳକର ଦୁର୍ଗମ ମାର୍ଲାଙ୍ଗା ପଞ୍ଚାୟତର ପାକ୍ରି ଗ୍ରାମର ବାଲବାଦେବୀ ସାହିର ଅଧିବାସୀ ବାରମ୍ବାର ପ୍ରଶାସନ ନିକଟରେ ନେହୁରା ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେଭଳି କିଛି ପଦକ୍ଷେପ ନିଆଯାଇନଥିବା ଯୋଗୁଁ ଏବେ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବକ ସଂଘର ମିଳିତ ଉଦ୍ୟମରେ ଏବଂ ଗ୍ରାମବାସୀଙ୍କ ସହଯୋଗରେ ନିଜ ଗ୍ରାମ ପାଇଁ ନିଜେ ଏକ କୂଅ ଖୋଲିଥିଲେ । ୬ ଦିନ ଧରି ଶ୍ରମ ଦାନ କରିବା ପରେ ଜଳ ଉତ୍ସରେ ପହଞ୍ôଚଥିଲେ ଗ୍ରାମବାସୀ । ତେବେ ଇତି ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମବାସୀମାନଙ୍କୁ ଆଉ ସେଭଳି ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସହାୟତାର ହାତ ବଢାଯାଇ ନାହିଁ । ଫଳରେ ଆଜି ମଧ୍ୟ ନିଜେ ଯେଉଁ ପରିଶ୍ରମ କରି ଗ୍ରାମବାସୀ କୁଅ ଖୋଳିଥିଲେ ସେଥିରେ ହିଁ ସେମାନେ ପାନୀୟ ଜଳ ସଂଗ୍ରହ କରୁଥିବା ଜଣାଯାଇଛି । ଆଜି ମଧ୍ୟ ପ୍ରଶାସନର ଗଦା ଗଦା ଯୋଜନା ଉକ୍ତ ଗ୍ରାମବାସୀଙ୍କ ପାଇଁ ପହଞ୍ôଚନଥିବା ବେଳେ ଗଦା ଗଦା ଯୋଜନା ସବୁ କାହାପାଇଁ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ ।
ପ୍ରକାଶଯେ, ବାଲବାଦେରୀ ହେଉଛି ଏକ ଅପହଞ୍ଚ ଇଲାକା । ଉକ୍ତ ସାହିରେ ପ୍ରାୟ ୨୫ ପରିବାର ବସବାସ କରିଥାନ୍ତି । କିନ୍ତୁ ଗ୍ରାମର ପାନୀୟ ଜଳର କୌଣସି ପ୍ରକାର ବ୍ୟବସ୍ଥା ନାହିଁ । ନିକଟସ୍ଥ ନାଳ ଓ ଚୁଆ ଜଳକୁ ସେମାନେ ବର୍ଷ ବର୍ଷ ଧରି ବ୍ୟବହାର କରି ଜୀବନ ବିତାଇଥାନ୍ତି । କିନ୍ତୁ ଦିନକୁ ଦିନ ଗ୍ରାମର ବହୁ ସଚେତନ ଯୁବକ ଆଗକୁ ଆସିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ବହୁ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ବେଳେ ଗ୍ରାମର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଗ୍ରାମର ଅନୁଷ୍ଠିତ ହୋଇଥିଲା ବୈଠକ । ପ୍ରଶାସନକୁ ଆଉ ନେହୁରା ନହୋଇ ନିଜେ ପରିଶ୍ରମ କରି ନିଜ ଗ୍ରାମ ପାଇଁ ଏହି ସମସ୍ୟା ଦୂର କରିବାକୁ ନିଷ୍ପତି ନିଆଯାଇ ଆରମ୍ଭ କରିଥିଲେ କୁଅ ଖୋଳା କାର୍ଯ୍ୟ । ହାତକୁ ହାତ ମିଶାଇ ସମସ୍ତେ ଏଥିରେ ସାମିଲ୍ ହୋଇଥିଲେ । ଦୀର୍ଘ ଦିନର ସମସ୍ୟାର ସ୍ଥାୟୀ ସମାଧାନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରିରଖିବା ପାଇଁ ମଧ୍ୟ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ । ବାରମ୍ବାର ଦାବି ଓ ଅନୁରୋଧ ପରେ ମଧ୍ୟ ଗ୍ରାମରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନଥିବା ବେଳେ ଆଉ କେତେ ବର୍ଷ ପରେ ହେବ ବୋଲି ମଧ୍ୟ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking