21.1 C
Bhubaneswar
Monday, November 18, 2024
Homeଓଡିଶାପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ଜୀବନ

ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ଜୀବନ

କେନ୍ଦୁଝର : ଖଣି ସହର ଯୋଡ଼ାରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ସାଙ୍ଗକୁ ଘଣ୍ଟା ଘଣ୍ଟା ଧରି ମୁଖ୍ୟରାସ୍ତା ଭାରୀଯାନ କବ୍‌ଜାରେ ରହୁଥିବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବାରେ ଲାଗିଛି । ଏପରିକି ଡାକ୍ତରଖାନାକୁ ରୋଗୀଟିଏ ଠିକ୍ ସମୟରେ ପହଞ୍ôଚ ନପାରି ରାସ୍ତାରେ ଜୀବନ ହାରୁଛି । ଏଭଳି ଏକ ଘଟଣା ଯୋଡ଼ା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । କୁନ୍ଦୁରୁନାଲା ଅଞ୍ଚଳର ପାର୍ବତୀ କାରୁଆ ନାମକ ଜଣେ ବୟସ୍କା ମହିଳାଙ୍କର ହଠାତ ଛାତିରେ ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ଧୀରେ ଧୀରେ ବଢ଼ିବାରୁ ପାର୍ବତୀଙ୍କ ଝିଅ ସନ୍ଧ୍ୟାରାଣୀ ୧୦୮ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ।

ହେଲେ ରାସ୍ତା ଜାମ୍ ଯୋଗୁଁ ଆମ୍ବୁଲାନ୍ସଟି ୧ଘଣ୍ଟା ବିଳମ୍ବରେ ପହଞ୍ôଚଥିଲା । ଫଳରେ ରୋଗୀଙ୍କୁ କମାର ଯୋଡା ସ୍ଥିତ ସରକାରୀ ଡାକ୍ତରଖାନାକୁ ନେବା ପାଇଁ ସ୍ଥିର କରାଯାଇଥିଲା । କୁନ୍ଦୁରୁନାଲାରୁ କମାରଯୋଡା ସରକାରୀ ଡାକ୍ତରଖାନାର ଦୂରତ୍ୱ ମାତ୍ର ଦୁଇ କିଲୋମିଟର ହୋଇଥିବା ବେଳେ ଏହି ଦୁଇକିଲୋମିଟର ରାସ୍ତା ଅତିକ୍ରମ କରିବା ପାଇଁ ଆମ୍ବୁଲାନ୍ସଟିକୁ ଦେଢ଼ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗିଯାଇଥିଲା । ମେଡ଼ିକାଲ୍‌ରେ ପହଞ୍ôଚବା ପରେ ଆପାତଃକାଳ ଚିକିତ୍ସା ପାଇଁ କୌଣସି ଡାକ୍ତର ନଥିଲେ । ଡାକ୍ତରଙ୍କୁ ଡାକିବା ପାଇଁ ତାଙ୍କ ଘରକୁ ଏକ ଗାଡ଼ି ପଠାଯାଇଥିବା ବେଳେ ସେ ପହଞ୍ôଚବା ପୂର୍ବରୁ ଯନ୍ତ୍ରଣାରେ ଛଟପଟ ହୋଇ ପାର୍ବତୀଙ୍କ ମୃତ୍ୟୁ ଘଟିସାରିଥିଲା । ଡାକ୍ତର ପହଞ୍ôଚ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଯୋଡ଼ା ସହରରେ ପ୍ରଘଟ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ତୁରନ୍ତ ପ୍ରତିକାର ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking