27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶରାଜଧାନୀ ଚଣ୍ଡିଗଡ଼କୁ ନେଇ ସାନି ବିବାଦ : ପଞ୍ଜାବ-ହରିୟାଣା ସରକାର ମୁହାଁମୁହିିଁ

ରାଜଧାନୀ ଚଣ୍ଡିଗଡ଼କୁ ନେଇ ସାନି ବିବାଦ : ପଞ୍ଜାବ-ହରିୟାଣା ସରକାର ମୁହାଁମୁହିିଁ

ଚଣ୍ଡିଗଡ଼: ରାଜଧାନୀ ତଥା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼କୁ ନେଇ ପଞ୍ଜାବ ଓ ହରିୟାଣା ସରକାର ମୁହାଁମୁହିଁ ଅବସ୍ଥାରେ ପହଞ୍ଚିଛନ୍ତି । ଚଣ୍ଡିଗଡ଼ ପ୍ରକୃତରେ କେଉଁ ରାଜ୍ୟର ରାଜଧାନୀ, ସେହି ବିତର୍କ ବର୍ତ୍ତମାନ ମୁଣ୍ଡ ଟେକିଛି । ଚଣ୍ଡିଗଡ଼କୁ ନିଜର ରାଜଧାନୀ ବୋଲି ପଞ୍ଜାବ ସରକାର ଦାବି କରିବାପରେ ଏହାର ମୁକାବିଲା କରିବାକୁ ହରିୟାଣା ସରକାର ବର୍ତ୍ତମାନ ଅଣ୍ଟା ଭିଡିଛନ୍ତି । ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ହରିୟାଣାର ବିଜେପି ସରକାର ଏପ୍ରିଲ ୫ରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି । ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ପଞ୍ଜାବରେ ସଦ୍ୟ କ୍ଷମତାକୁ ଆସିଥିବା ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ଏତାଦୃଶ ପଦକ୍ଷେପ ହରିୟାଣା ସରକାରଙ୍କୁ ବିସ୍ମିତ କରିଛି ।

ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ନିଷ୍ପତ୍ତି ନେବାପୂର୍ବରୁ ପଞ୍ଜାବ ସରକାର ସବୁ ପକ୍ଷଙ୍କ ମତାମତ ନେବା ଉଚିତ ହୋଇଥାନ୍ତା ବୋଲି ଖଟ୍ଟର କହିଛନ୍ତି । ଅପରପକ୍ଷରେ ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ୍ କହିଛନ୍ତି ଯେ ଭାରତୀୟ ରାଜନୀତିରେ ଆପ୍ ଏକ ଶିଶୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ବିବାଦର ପ୍ରାସଙ୍ଗିକତା ହୃଦୟଙ୍ଗମ ନକରି ପଞ୍ଜାବ ସରକାର ନଈକୁ ଡେଇଁବା ନିହାତିଭାବେ ମୁର୍ଖାମୀ ବୋଲି ଭିଜ୍ କହିଛନ୍ତି । କେବଳ ଚଣ୍ଡିଗଡ କାହିଁକି ସତ୍‌ଲେଜ୍‌-ଯମୁନା ଲିଙ୍କ୍ କେନାଲ ନିର୍ମାଣ ଏବଂ ପଞ୍ଜାବରେ ଥିବା ହିନ୍ଦୀ ଭାଷାଭାଷୀ ଅଞ୍ଚଳ ହରିୟାଣାକୁ ଫେରସ୍ତ କରିବାକୁ ମଧ୍ୟ ଖଟ୍ଟର ଦାବି କରିଛନ୍ତି । ସୂଚନାଯୋଗ୍ୟ ୧୯୫୩ରେ ଚଣ୍ଡିଗଡ଼ ସହର ପ୍ରତିଷ୍ଠା କରାଯାଇଥିବାବେଳେ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଯିବା ସହ ଉଭୟ ପଞ୍ଜାବ ଓ ହରିୟାଣାର ରାଜଧାନୀ ଘୋଷଣା କରାଯାଇଥିଲା ।

ତେବେ ଆପ୍ ସରକାର ଶୁକ୍ରବାର ବିଧାନସଭାରେ ଚଣ୍ଡିଗଡ଼ ସହର ପଞ୍ଜାବର ବୋଲି ଏକ ପ୍ରସ୍ତାବକୁ ଅନୁମୋଦନ କରାଇଛନ୍ତି । ଅବଶ୍ୟ ବିଜେପି ବିଧାୟକ ଅଶ୍ୱିନୀ ଶର୍ମା ଏହାର ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ । ଅପରପକ୍ଷରେ ହରିୟାଣା ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଥିବାରୁ ଏହାକୁ ଆପ୍ ପକ୍ଷରୁ ବିରୋଧ କରାଯାଇଛି । କେନ୍ଦ୍ର ସରକାର ମାର୍ଚ୍ଚ ୨୭ରେ ଚଣ୍ଡିଗଡ଼ରେ ସିସିଏସ୍ (ସେଣ୍ଟ୍ରାଲ ସିଭିଲ ସର୍ଭିସ) ନିୟମ ଲାଗୁ କରିଥିବାବେଳେ ହରିୟାଣା ସରକାର କାହିଁକି ପ୍ରତିବାଦ ଜଣାଇନଥିଲେ ବୋଲି ଆପ୍ ମୁଖପାତ୍ର ମାଲୱିନ୍ଦର ସିଂହ କଙ୍ଗ୍ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking