27.1 C
Bhubaneswar
Saturday, October 19, 2024
Homeଅପରାଧଯୁବତୀଙ୍କୁ ବାହା ହେବାକୁ କହି ମା’ଙ୍କୁ କଲେ ଅସଦାଚରଣ

ଯୁବତୀଙ୍କୁ ବାହା ହେବାକୁ କହି ମା’ଙ୍କୁ କଲେ ଅସଦାଚରଣ

ବଳଙ୍ଗା: ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଲେ । ମାତ୍ର ଏଥିରେ ଯୁବତୀଙ୍କ ମା’ ରୋକ୍‌ଠୋକ୍‌ ମନା କରିଦେଲେ । ଏଥିରେ ଉତ୍‌କ୍ଷୀପ୍ତ ହୋଇ ତାଙ୍କ ମା’ଙ୍କୁ ଅସଦାଚରଣ କରିଥିଲେ । ଏହା ପରେ ଯୁବତୀଙ୍କ ପରିବାର ଲୋକେ ବୃଦ୍ଧଙ୍କୁ ଉତ୍ତମ ମଧ୍ୟମ ଦେବା ସହ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବଳଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଆଣି ଥାନାରେ ଅଟକ ରଖିଛି । ଏନେଇ ଯୁବତୀଙ୍କ ମା’ଙ୍କ ପକ୍ଷରୁ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ଘଟଣାରୁ ପ୍ରକାଶ ଯେ, ଏହି ଥାନା ଅନ୍ତର୍ଗତ ଦଳଭାଣପୁର ଗ୍ରାମରେ ରହୁଥିବା ଦୁଃଶାସନ ପ୍ରଧାନ (୭୦) ପାଖ ଗ୍ରାମର ଜୈନକା ୨୫ ବର୍ଷୀୟା ଯୁବତୀଙ୍କ ସହ ତାଙ୍କ ସମ୍ପର୍କ ଥିବା ବିବାହ କରିବେ ବୋଲି ସର୍ବସାଧାରଣରେ ଅପପ୍ରଚାର କରିଆସୁଥିଲେ । ଯେଉଥିପାଇଁ ଗତ ୩ମାସ ତଳେ ଯୁବତୀଙ୍କ ପରିବାର ବଳଙ୍ଗା ଥାନାରେ ଅଭିଯୋଗ କରିବାରେ ଆଉ ଏଭଳି ନକରିବା ପାଇଁ କହିବା ପରେ ଉଭୟଙ୍କ ମଧ୍ୟରେ ସମାଧାନ ହୋଇଥିଲା । ତେବେ ରବିବାର ଅପରାହ୍ନରେ ଯୁବତୀଙ୍କ ମା’ ରାସ୍ତାରେ ଯାଉଥିବାବେଳେ ଦୁଃଶାସନ ତାଙ୍କୁ ଅଟକାଇ ତମ ଝିଅକୁ ମତେ ବିବାହ କର ବୋଲି ଜିଦ ଧରିଥିଲା । ତେବେ ଯୁବତୀଙ୍କ ମା’ପ୍ରତିବାଦ କରିବାରୁ ସେ ରାଗିଯାଇ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଅସଦାଚରଣ ଉଦ୍ୟମ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking