32.1 C
Bhubaneswar
Saturday, October 19, 2024
Homeଓଡିଶାପୁଣି ଥରେ ଅପରାଜିତାଙ୍କ ଟାର୍ଗେଟରେ ରାଜ୍ୟ ସରକାର

ପୁଣି ଥରେ ଅପରାଜିତାଙ୍କ ଟାର୍ଗେଟରେ ରାଜ୍ୟ ସରକାର

ଭୁବନେଶ୍ୱର: ସଂସଦରେ ପୁରୀ ଶ୍ରୀମନ୍ଦିର ଝଡ ଥମି ନଥିବା ବେଳେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଚିଠିକୁ ଟ୍ୱିଟ କରିବା ସହିତ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଲେଖା ଯାଇଥିବା ଚିଠିରେ ଖନନ କାର୍ଯ୍ୟ ବନ୍ଦ ରଖିବା ପାଇଁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆଯାଇଛି ।

ଫେବୃୟାରୀ ୫ ତାରିଖରେ ଲେଖାଯାଇଥିବା ଚିଠିରେ ଖନନ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ରହିଥିଲେ ହେଁ ଏହାକୁ ଅଣଦେଖା କରାଯାଇଥିଲା । ତେବେ ସଂସଦରେ ଖନନ ପାଇଁ ଆବଶ୍ୟକୀୟ ଅନୁମତି ରହିଥିବା ନେଇ କହିଥିଲେ ପୁରୀ ସାଂସଦ ପୀନାକି ମିଶ୍ର । ଏହାକୁ ନେଇ ଉଠିଥିବା ବିବାଦ ଥମି ନଥିବା ବେଳେ ଅପରାଜିତାଙ୍କ ଟ୍ୱିଟକୁ ନେଇ ନୂଆ ବିବାଦ ସୃଷ୍ଟି ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking