24.1 C
Bhubaneswar
Saturday, October 19, 2024
Homeମନୋରଞ୍ଜନରିଲିଜ୍ ପୂର୍ବରୁ ୟୁକେରେ ଧମାଲ କଲା ୟସ

ରିଲିଜ୍ ପୂର୍ବରୁ ୟୁକେରେ ଧମାଲ କଲା ୟସ

ନୂଆଦିଲ୍ଲୀ : ରକିଂ ଷ୍ଟାର ୟସ ଏବଂ ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତଙ୍କ ନୂଆ ଫିଲ୍ମ କେଜିଏଫ ଚ୍ୟାପ୍ଟର ୨କୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା । ଓ୍ବାର୍ଲ୍ଡଓ୍ବାଇଡ୍‌ରେ ଏହି ଫିଲ୍ମ ୧୪ ଏପ୍ରିଲ ୨୦୨୨ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମ ରିଲିଜ୍ ପୂର୍ବରୁ ୟୁକେରେ ରେକର୍ଡ ସୃଷ୍ଟି କରିଛି । ୟୁକେରେ ୟଶ ଏବଂ ସଞ୍ଜୟ ଦତ୍ତଙ୍କ ଫ୍ୟାନ୍ସ ଏବେଠାରୁ କେଜିଏଫ ଚ୍ୟାପ୍ଟର ୨ର ଟିକେଟ ବୁକିଂ କରିସାରିଛନ୍ତି ।

ଟ୍ରେଡ ଆନାଲିଷ୍ଟ ରମେଶ ବାଲା କହିଛନ୍ତି କି ୟୁକେରେ ଫିଲ୍ମ ରିଲିଜ ପୂର୍ବରୁ ଭଲ କଲେକ୍ସନ କରିଛି । ଫିଲ୍ମ କେଜିଏଫ ୨ର ଆଡଭାନ୍ସ ବୁକିଂ ଜୋର ସୋରେ ଚାଲିଛି । ଏହି ଫିଲ୍ମର ଓପନିଂ ସେଲ୍ସରେ ୧୨ଘଣ୍ଟାରେ ୫୦୦୦ରୁ ଅଧିକ ଟିକେଟ ବିକ୍ରି ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking