25.1 C
Bhubaneswar
Sunday, October 20, 2024
Homeଓଡିଶାଜଗନ୍ନାଥଙ୍କ ଚୁଲିଭଙ୍ଗା ଘଟଣା : ହେରିଟେଜ୍ କ୍ୟାବିନେଟ୍ ବୈଠକ ଡକାଯାଉ, ଦୋଷୀଙ୍କୁ ଗିରଫ କରାଯାଉ-ସମାଜବାଦୀ ପାର୍ଟି

ଜଗନ୍ନାଥଙ୍କ ଚୁଲିଭଙ୍ଗା ଘଟଣା : ହେରିଟେଜ୍ କ୍ୟାବିନେଟ୍ ବୈଠକ ଡକାଯାଉ, ଦୋଷୀଙ୍କୁ ଗିରଫ କରାଯାଉ-ସମାଜବାଦୀ ପାର୍ଟି

ଭୁବନେଶ୍ୱର: ମୋଗଲ ମରହଟ୍ଟା ଶାସନ ଠାରୁ ଆରମ୍ଭ କରି ବ୍ରିଟିଶ୍ ଶାସନ ଅମଳରେ ଜଗନ୍ନାଥ ମନ୍ଦିରକୁ ନେଇ ଯେଉଁ ଅଘଟଣ ଘଟିନଥୁଲା ତାହା ସ୍ଵାଧୀନତାର ୭୫ ବର୍ଷ ପରେ ଘଟିଗଲା ମହାଲକ୍ଷ୍ମୀ ମାଲିକ ଥିବା ଜଗନ୍ନାଥଙ୍କ ରୋଷେଇ ଘର ବୁଲିକୁ ଭାଙ୍ଗି ଦୁବୃତ୍ତମାନେ ଓଡ଼ିଆ ଜାତି ମୁହଁରେ କେବଳ କଳା ବୋଳି ନାହାନ୍ତି, ସମଗ୍ର ଜଗନ୍ନାଥ ସଂସ୍କୃତିକୁ ବିଶ୍ଵ ସମ୍ମୁଖରେ ଅପମାନିତ କରିବା ସଙ୍ଗେସଙ୍ଗେ ମହାପ୍ରଭୁ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ କୋଟି କୋଟି ଭକ୍ତଙ୍କୁ ଆଘାତ ଦେଇଛନ୍ତି । ଜଗନ୍ନାଥଙ୍କୁ ନେଇ ବିଗତ କିଛିବର୍ଷ ଧରି ଯେଉଁ ଦୁର୍ବୃତ୍ତମାନେ ଏଭଳି ଖେଳ ଖେଳୁଛନ୍ତି, ନିଜର ବ୍ୟକ୍ତିଗତ ମୁନାଫା ପ୍ରତିଷ୍ଠା ଓ ବେପାର ବଣିଜକୁ କେନ୍ଦ୍ରକରି ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ମନ୍ଦିରକୁ ଯେଉଁଭଳି ନିନ୍ଦିତ କରାଯାଉଛି, ତାହାକୁ ସମାଜବାଦୀ ପାର୍ଟି ଘୋର ନିନ୍ଦା କରୁଅଛି ସରକାର ତୁରନ୍ତ ହେରିଟେଜ୍ କ୍ୟବିନେଟ୍‌ର ବୈଠକ ଡାକି ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରନ୍ତୁ ଓ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ କଡା ପଦକ୍ଷେପ ନିଅନ୍ତୁ ବୋଲି ପାର୍ଟିର ରାଜ୍ୟସଭାପତି ରବି ବେହେରା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖୁ ଦାବି କରିଛନ୍ତି । ମୁଖ୍ୟଶାସନ ସଚିବ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଚୁଲିଭଙ୍ଗା ଘଟଣାରେ ଯେଉଁ ଦୁର୍ବୃତ୍ତମାନେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ଚିହ୍ନଟକରି ଗିରଫ କରାଯାଉ, ଯଦି କୌଣସି ସେବାୟତଙ୍କର ଏଥିରେ ହାତ ଥାଏ, ତାହେଲେ ସେହି ସେବାୟତମାନଙ୍କୁ ତୁରନ୍ତ ଜଗନ୍ନାଥ ସେବାରୁ ବହିଷ୍କାର କରାଯାଉ ଜଗନ୍ନାଥଙ୍କ ସୁରକ୍ଷାକୁ ନେଇ ଯେଉଁମାନେ ଅବହେଳା ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ ଚାକିରୀରୁ ବହିସ୍କାର କରିବାକୁ ଏହି ଚିଠିରେ ଦାବି କରାଯାଇଅଛି ଆଗାମୀ ଦିନରେ ଜଗନ୍ନାଥ ସଂସ୍କୃତିକୁ ନେଇ ଯେଭଳି କୌଣସି ଏଭଳି ଅଘଟଣ ନ ଘଟିବ ସେଥପାଇଁ ଦୃଢ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ବେହେରା ଏହି ଚିଠିରେ ଦର୍ଶାଇଛନ୍ତି ନବକଳେବରଠାରୁ ଆରମ୍ଭ କରି ଦାରୁ ସଂଗ୍ରହ ଅଘଟଣ, ରତ୍ନ ଭଣ୍ଡାର ଚାବି ହଜିବା ଓ ଜଗନ୍ନାଥ ପରିକ୍ରମା ନିର୍ମାଣକୁ ନେଇ ଯେଉଁସବୁ ପ୍ରଶ୍ନବାଚୀ ଉଙ୍କିମାରୁଛି, ଏହା ପ୍ରତ୍ୟେକଟି ଜଗନ୍ନାଥ ପ୍ରେମୀଙ୍କୁ ମାନସିକ ଭାବରେ ଦାରୁଣ ଆଘାତ ଦେଇଛି ଓଡ଼ିଶା ସରକାର ତୁରନ୍ତ ଏ ଦିଗରେ କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଭାବରେ ହସ୍ତଗତ କରି ସବୁଦିନ ପାଇଁ ଘଟଣାର ପୂର୍ଣ୍ଣଚ୍ଛେଦ ପକାଇବାକୁ ଶ୍ରୀ ବେହେରା ଦାବି କରିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking