25.1 C
Bhubaneswar
Monday, October 21, 2024
Homeଅପରାଧଯୌନ ନିର୍ଯାତନାକୁ ବିରୋଧ କରିବରୁ ଭାଉଜ ଓ ଝିଆରୀକୁ ଜୀବନ୍ତ ପୋଡି ମାରିଲା ଦିଅର

ଯୌନ ନିର୍ଯାତନାକୁ ବିରୋଧ କରିବରୁ ଭାଉଜ ଓ ଝିଆରୀକୁ ଜୀବନ୍ତ ପୋଡି ମାରିଲା ଦିଅର

ତାମିଲନାଡୁ : 2 ତାରିଖ ଦିନ ତାମିଲନାଡୁର ଡିଣ୍ଡିଗୁଲ ଜିଲ୍ଲାର ନାଥମ୍ ଗ୍ରାମ ନିକଟରେ ଜଣେ ଯୁବକ ତାଙ୍କ ଭାଉଜ ଓ ଦେଢ଼ ବର୍ଷର ଶିଶୁ ଝିଆରୀକୁ ଜୀବନ୍ତ ପୋଡି ମାରିଥିବା ଅଭିଯୋଗ ହୋଇଛି ।

ଏକ ରିପୋର୍ଟ ଅନୁଯାୟୀ, ମୃତ ପୀଡିତା 22 ବର୍ଷର ଅଞ୍ଜଲାଇ ଏବଂ ତାଙ୍କ ପିଲା ମଲାରଭିଜି ବୋଲି ଜଣା ପଡିଛି। ସେ ଦିନମଜୁରିଆ ଭାବେ କାମ କରୁଥିବା ସିଭକୁମାରଙ୍କୁ ବିବାହ କରିଥିଲେ ଏବଂ ସେମାନେ ଏକ ମିଳିତ ପରିବାରରେ ଏକାଠି ରହୁଥିଲେ |

ସିଭକୁମାରଙ୍କ ଭାଇ କରୁପ୍ପା (30) ଅଞ୍ଜଲାଇଙ୍କ ସହ ବିଭିନ୍ନ ସମୟରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ଏବଂ ତାଙ୍କୁ ନିର୍ଯାତନା ମଧ୍ୟ ଦେଉଥିଲେ।

ଶନିବାର ଦିନ ଯେତେବେଳେ ସିଭକୁମାର କାମ ପାଇଁ ଚାଲିଗଲା ପରେ ଅଞ୍ଜଲାଇ କୁନି ଛୁଆକୁ ଧରି ଗୋରୁ ମେଣ୍ଢାଙ୍କ କାମ ପାଇଁ ସେମାନଙ୍କ ପାଖକୁ ଗଲେ,1 କରପ୍ପାୟା ତାଙ୍କୁ ଅନୁସରଣ କରି ସେଠାରେ ପହଁଚି ଯୌନ ଶୋଷଣ କରିବାକୁ ଚେଷ୍ଟା କଲେ | ଏହାକୁ ସେ ବିରୋଧ କରି ଯେତେବେଳେ ବିଫଳ ହେଲେ , ତାଙ୍କ ପିଲାଙ୍କ ସହ ଥିବା ଅଞ୍ଜଲାଇ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ 1 ଏଥିରେ କ୍ଷୁବ୍ଧ ହୋଇ କରୁପ୍ପା ଉଭୟ ମା’ ଓ ଛୁଆକୁ ଆକ୍ରମଣ କରିଥିଲେ।

ଏହା ପରେ ଭୟଭୀତ ହୋଇ ଧରାପଡିଯିବା ଭୟରେ ସେ ଉଭୟ ଆହତ ପୀଡିତାଙ୍କୁ ଜାଳି ଦେଇଥିଲେ। ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ଲୋକମାନେ ଆସି କରୁପ୍ପାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଲୋକଙ୍କ ମାଡ଼ରେ ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଦିଣ୍ଡିଗୁଲ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପୀଡିତାଙ୍କ ସ୍ୱାମୀ ସିଭକୁମାର ଦେଇଥିବା ଅଭିଯୋଗକୁ ଭିତ୍ତିକରି ପୋଲିସ ଆଇପିସିର ଧାରା 302 ଏବଂ 201 ଅନୁଯାୟୀ କରୁପ୍ପାଙ୍କ ବିରୋଧରେ ମାମଲା ଦାୟର କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking