26.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଗୋରେଖନାଥ ପୀଠରେ ଆତଙ୍କ: ୟୁପି ପିଏସି ସୈନିକଙ୍କୁ ଦୁର୍ବୃତ୍ତର ଆକ୍ରମଣ

ଗୋରେଖନାଥ ପୀଠରେ ଆତଙ୍କ: ୟୁପି ପିଏସି ସୈନିକଙ୍କୁ ଦୁର୍ବୃତ୍ତର ଆକ୍ରମଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜ୍ୟ ଗୋରଖନାଥ ପୀଠରେ ଜଣେ ସନ୍ଦିଗ୍ଧ ଯୁବକ ଅତର୍କିତ ଭାବେ ପଶି ଆକ୍ରମଣ ଉଦ୍ୟମ କରିଛି । ଏହି ପୀଠର ପୀଠାଧିଶ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଥିବା ଜଣାପଡ଼ିଛି । ତେବେ ଆକ୍ରମଣକାରୀ ଯୁବକ ଜଣକ ମୁମ୍ବାଇର ହୋଇଥିବା ବେଳେ ବଳପୂର୍ବକ ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ସୁରକ୍ଷା କର୍ମୀ (ପିଏସି)ମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଯୁବକ ଜଣକ ଏକ ହାଣ୍ଡିରେ ଗୁଡ଼ାଇ ଆଣିଥିବା ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଦୁଇ ଜଣ ପିଏସି କର୍ମଚାରୀ ଆହତ ହୋଇଛନ୍ତି। ଉଭୟ ଯବାନଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅନ୍ୟପକ୍ଷରେ ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ରର ସମ୍ଭାବନାକୁ ଦୃଷ୍ଟିରେ ରଖି ଏଟିଏସ୍ ତଦନ୍ତ ଆରମ୍ଭ କରିଛି। ସଠିକ୍ ତଦନ୍‌ନ୍ତ ପରେ ଆକ୍ରମଣକାରୀ ଯୁବକ ଜଣକ ଗୋରଖପୁରର ବାସିନ୍ଦା ଓ ତାଙ୍କ ନାମ ଅହମ୍ମଦ ମୁର୍ତାଜା ଅବ୍ବାସି ବୋଲି ଜଣାପଡ଼ିଥିଲା । ଏହାସହ ସେ ପେଷାରେ ଜଣେ କେମିକାଲ୍ ଇଞ୍‌ଞ୍ଜିନିୟର୍ । ଆକ୍ରମଣ ପଛରେ ଅହମ୍ମଦଙ୍କର ଉଦ୍ଦେଶ୍ୟ କ’ଣ ଥିଲା? ଏହାକୁ ଅନୁସନ୍ଧାନ କରାଯାଉଛି । ସହରର ଅବ୍ବାସି ନର୍ସିଂହୋମରେ ଅଭିଯୁକ୍ତଙ୍କ ପରିବାର ସଦସ୍ୟଙ୍କୁ ପୋଲିସ ପଚରାଉଚରା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking