19.1 C
Bhubaneswar
Saturday, November 23, 2024
Homeଓଡିଶା୩ ଦିନ ପର୍ଯ୍ୟନ୍ତ ନିଆଁ ବର୍ଷିବ: ୪୧ ଡିଗ୍ରୀ ଉପରେ ୫ ସହର

୩ ଦିନ ପର୍ଯ୍ୟନ୍ତ ନିଆଁ ବର୍ଷିବ: ୪୧ ଡିଗ୍ରୀ ଉପରେ ୫ ସହର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏନେଇ ୭ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି । ଗ୍ରୀଷ୍ମ ପ୍ରବାହ ନେଇ ୪୮ ଘଣ୍ଟାରେ ୫ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ବରଗଡ଼ରେ ତାତି ଅଧିକ ରହିବ । ଏପ୍ରିଲ ୩ରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ଏପ୍ରିଲ ୨ ପରେ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ । ଏହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ଆକଳନ କରାଯାଇଛି । ସେହିପରି ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୧ଡିଗ୍ରୀ ପାର୍ କରିଛି । ସେଥିରୁ ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ ଥିଲା । ଝାରସୁଗୁଡା, ଭବାନୀପାଟଣା ଏବଂ ବଲାଙ୍ଗିର ତାପମାତ୍ରା ୪୧.୨ ଡିଗ୍ରୀ ରହିଥିବା ବେଳେ ବୌଦ୍ଧର ତାପମାତ୍ରା ୪୧ଡିଗ୍ରୀ ରେକର୍ଡ କରାଯାଇଛି । ୪୦ଡିଗ୍ରୀ ପାର କରିଥିବା ସହର ମଧ୍ୟରେ ସମ୍ବଲପୁର ୪୦.୧ ଡିଗ୍ରୀ, ସୁନ୍ଦରଗଡ ଓ ମାଲକାନଗିରିରେ ୪୦ଡିଗ୍ରୀ ରହିଥିଲା । ଭୁବନେଶ୍ୱରର ତାପମାତ୍ରା ୩୫.୬ ଡିଗ୍ରୀ ଏବଂ କଟକର ତାପମାତ୍ରା ୩୪.୬ ଡିଗ୍ରୀ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking