20.1 C
Bhubaneswar
Tuesday, November 26, 2024
Homeଓଡିଶାକ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ୱାର୍ଡ

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ୱାର୍ଡ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ଅଂଶୁଘାତ ମୁକାବିଲା ଲାଗି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜଧାନୀରେ ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଅଂଶୁଘାତ ୱାର୍ଡର ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମପ୍ରବାହକୁ ନଜର ଦେଇ ହସ୍ପିଟାଲରେ ହିଟ୍ ଷ୍ଟ୍ରୋକ୍ ୱାର୍ଡ କାର୍ଯ୍ୟକ୍ଷମ ହୋଇଛି । ଟ୍ରାଏଜ୍ ରୁମରେ ୬ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି ।

ସେହିପରି କୋଭିଡ ସଂଗରୋଧ ଗୃହକୁ ସ୍ୱତନ୍ତ୍ର ହିଟ୍ ଷ୍ଟ୍ରୋକ ୱାର୍ଡରେ ପରିବର୍ତ୍ତନ କରି ୧୦ ଟି ବେଡ୍ ଭାବେ ମୋଟ ୧୬ଟି ବେଡ଼ ପ୍ରସ୍ତୁତଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହାସହ ୪ ଜଣ ଷ୍ଟାଫ୍ ନର୍ସଙ୍କୁ ମଧ୍ୟ ଏଠାରେ ଦାୟିତ୍ୱ ଦିଆଯାଇଛି । ରୋଗୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ସହ ଓଆରଏସ ପାଣି ଓ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ହସ୍ପିଟାଲରେ ମଧ୍ୟ ରୋଗୀଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking