31.1 C
Bhubaneswar
Friday, September 20, 2024
Homeଓଡିଶାରାଜ୍ୟ ବଜେଟ : ଦିଶାହୀନ, ଗତିହୀନ ଏବଂ ଅନ୍ତସାରଶୂନ୍ୟ ବଜେଟ :ସମୀର ମହାନ୍ତି

ରାଜ୍ୟ ବଜେଟ : ଦିଶାହୀନ, ଗତିହୀନ ଏବଂ ଅନ୍ତସାରଶୂନ୍ୟ ବଜେଟ :ସମୀର ମହାନ୍ତି

 ରାଜ୍ୟ ସରକାରଙ୍କ ଆର୍ଥିକ ବିଶୃଙ୍ଖଳା ଚରମ ସୀମାରେ ପହଂଚିଛି
 ନିର୍ବାଚନକୁ ଆଳ କରି ପୂର୍ଣ୍ଣାଙ୍ଗ ବଦଳରେ କାମଚଳା ବଜେଟ ଉପସ୍ଥାପନା କରିବା ରାଜ୍ୟ ସରକାରଙ୍କ ଅନ୍ୟ ଏକ ପ୍ରହସନ ।
 ରାଜ୍ୟରେ ଶିଳ୍ପକ୍ଷେତ୍ର ପ୍ରାୟ ସୁପ୍ତବସ୍ଥାରେ, ନିଯୁକ୍ତି ସୃଷ୍ଟି ଶୁନ୍ୟ, ଭିତିଭୂମି ବିକାଶ ପାଇଁ କୈାଣସି ଯୋଜନା ନଥିବାବେଳେ କେଉଁ ଆଧାରରେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ (ଜିଏସଡିପି)ର ଅଭିବୃଦ୍ଧି ୧୨ ପ୍ରତିଶତରୁ ଅଧିକ ରହିବ ?
 ବେତନ, ପେନସନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସମ୍ବଳ ଅଭାବ ଥିବାବେଳେ ନିଜସ୍ୱ ଆର୍ଥିକ ଅଭିବୃଦ୍ଧି ପାଇଁ କୈାଣସି ପ୍ରଚେଷ୍ଟା ପରିଲକ୍ଷିତ ହେଉନାହିଁ
 ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଛି ବୋଲି କହୁଥିବାବେଳେ ରାଜ୍ୟରେ ଦାରିଦ୍ର‌୍ୟ କାହିଁକି ହ୍ରାସ ପାଉନାହିଁ ?
 ରାଜ୍ୟ ବଜେଟ ସଂପୂର୍ଣ୍ଣ ଭାବେ କେନ୍ଦ୍ରୀୟ ଅନୁଦାନ ଏବଂ ଋଣ ଉପରେ ନିର୍ଭରଶୀଳ ।
 ୨୨ ବର୍ଷର ଶାସନ ପରେ ବି ଯେଉଁ ଭଳି ଭାବେ ରାଜ୍ୟର ଆର୍ଥୀକ ପ୍ରଗତି ହେବା କଥା ତାହା ହୋଇ ପାରିଲା ନାହିଁ
ଭୁୁବନେଶ୍ୱର,: ଆର୍ଥିକ ପରିଚାଳନାରେ ରାଜ୍ୟ ସରକାରଙ୍କ ସଂପୂର୍ଣ୍ଣ ବିଫଳତା ଆଜି ଉପସ୍ଥାପିତ ହୋଇଥିବା ବଜେଟରେ ପ୍ରତିଫଳିତ ହୋଇଛି । ରାଜ୍ୟ ସରକାରଙ୍କ ଆର୍ଥିକ ବିଶୃଙ୍ଖଳା ଚରମ ସୀମାରେ ପହଂଚିଛି । ଅଥଚ ଉଦ୍ଦିଷ୍ଟ ଏଫଆରବିଏମ ଆଇନକୁ ଠିକଣା ଭାବେ ପାଳନ କରାଯାଉଛି ବୋଲି ମିଛଠାରେ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ଏହି କାରଣରୁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିବା ବଦଳରେ ୪ ମାସିଆ କାମଚଳା ବଜେଟ ଉପସ୍ଥାପନ କରି ନିଜ ଅପାରଗତାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି । ନିର୍ବାଚନକୁ ଆଳ କରି ପୂର୍ଣ୍ଣାଙ୍ଗ ବଦଳରେ କାମଚଳା ବଜେଟ ଉପସ୍ଥାପନା କରିବା ରାଜ୍ୟ ସରକାରଙ୍କ ଅନ୍ୟ ଏକ ପ୍ରହସନ । ରାଜ୍ୟରେ ଶିଳ୍ପ କ୍ଷେତ୍ର ପ୍ରାୟ ସୁପ୍ତାବସ୍ଥାରେ, ନିଯୁକ୍ତି ସୃଷ୍ଟି ଶୁନ୍ୟ, ଭିତିଭୁମି ବିକାଶ ପାଇଁ କୈାଣସି ଯୋଜନା ନଥିବାବେଳେ କେଉଁ ଆଧାରରେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ (ଜିଏସଡିପି)ର ଅଭିବୃଦ୍ଧି ୧୨ ପ୍ରତିଶତରୁ ଅଧିକ ରହିବ ? ଏହାର ସ୍ପଷ୍ଟତା ନଥାଇ ‘ନୂତନ ଓଡିଶା, ସଶକ୍ତ ଓଡିଶା’ ଗଠନର ଗୋଲାପି ଚିତ୍ର ଦେଖାଇବାର ପ୍ରୟାସ କରାଯାଇଛି । ତେଣୁ ଆଜି ଉପସ୍ଥାପିତ ହୋଇଥିବା ରାଜ୍ୟ ବଜେଟ ସଂପୂର୍ଣ୍ଣ ଭାବେ ଦିଶାହୀନ, ଗତିହୀନ ଏବଂ ଅନ୍ତସାରଶୂନ୍ୟ ବଜେଟ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ରାଜ୍ୟ ସରକାର ବଜେଟ୍ ପାଇଁ ପ୍ରସ୍ତୁତ ନଥିବା କାରଣରୁ ଆଜି ଉପସ୍ଥାପିତ ହୋଇଥିବା ବଜେଟରେ କୈାଣସି ନୁତନତ୍ୱ ନାହିଁ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧.୫୦ ଲକ୍ଷ କୋଟି ଟଙ୍କାର ବଜେଟ ଆକଳନ କରାଯାଇଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୪୧ ଲକ୍ଷ କୋଟି ଟଙ୍କାର ବଜେଟ ଆକଳନ କରାଯାଇଛି । ୨୦୦୦ ମସିହାରେ ରାଜ୍ୟର ଋଣଭାର ୧୮ହଜାର କୋଟି ଟଙ୍କା ଥିବାବେଳେ ବର୍ତମାନ ଏହି ପରିମାଣ ୧ଲକ୍ଷ ୬୭ ହଜାର ୨୦୬ କୋଟି ଟଙ୍କାରେ ପହଂଚିସାରିଛି । ବେତନ, ପେନସନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସମ୍ବଳ ଅଭାବ ଥିବାବେଳେ ନିଜସ୍ୱ ଆର୍ଥିକ ଅଭିବୃଦ୍ଧି ପାଇଁ କୈାଣସି ପ୍ରଚେଷ୍ଟା ପରିଲକ୍ଷିତ ହେଉନାହିଁ । ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଛି ବୋଲି କହୁଥିବାବେଳେ ରାଜ୍ୟରେ ଦାରିଦ୍ର‌୍ୟ କାହିଁକି ହ୍ରାସ ପାଉନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ପଂଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସଂପଦ ବିଭାଗ ପାଇଁ ବଜେଟରେ ଥିବା ବ୍ୟୟବରାଦ ଅର୍ଥ ଠିକଣା ଭାବେ ଖର୍ଚ୍ଚ ହୋଇନପାରି ଫେରିଯାଉଛି । ୨୦୧୯-୨୦ ଆର୍ଥିକ ବର୍ଷରେ ୧୮ଟି ବିଭାଗ ପାଇଁ ବ୍ୟୟବରାଦ ଅର୍ଥ ଖର୍ଚ୍ଚ ହୋଇନାହିଁ । ଗୋଟିଏ ଯୋଜନା ପାଇଁ ଧାର୍ଯ୍ୟ ଅର୍ଥକୁ ଅନ୍ୟ ଯୋଜନା ପାଇଁ ଖର୍ଚ୍ଚ କରାଯାଉଛି । ୨୦୧୩ ମସିହାରି ୨୦୧୯ ପର୍ଯ୍ୟନ୍ତ ହୋଇଥିବା ଅନିୟମିତ ଖର୍ଚ୍ଚକୁ ବର୍ତମାନ ସୁଦ୍ଧା ନିୟମିତ କରାଯାଇନାହିଁ । ୨୦୨୦-୨୧ ବଜେଟରେ କେନ୍ଦ୍ରୀୟ ଅଂଶ ଓ ଅନୁଦାନ ୪୦.୧୨ ପ୍ରତିଶତ ହୋଇôବାବେଳେ ବଳକା ୫୯.୮୮ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବିଭିନ୍ନ ଟିକସ ଏବଂ ଋଣ ଆକାରରେ ସଂଗ୍ରହ କରୁଛନ୍ତି । ତେଣୁ ରାଜ୍ୟ ବଜେଟ ସଂପୂର୍ଣ୍ଣ ଭାବେ କେନ୍ଦ୍ରୀୟ ଅନୁଦାନ ଏବଂ ଋଣ ଉପରେ ନିର୍ଭରଶୀଳ । ରାଜ୍ୟ ସରକାରଙ୍କ ନିଜସ୍ୱ ସମ୍ବଳ ଅଭାବ କାରଣରୁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା ହୋଇପାରିଲା ନାହିଁ ଏବଂ ଏହା ଅତ୍ୟନ୍ତ ଲଜ୍ଜାଜନକ । ୨୨ ବର୍ଷର ଶାସନ ପରେ ବି ଯେଉଁ ଭଳି ଭାବେ ରାଜ୍ୟର ଆର୍ଥୀକ ପ୍ରଗତି ହେବା କଥା ତାହା ହୋଇ ପାରିଲା ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking