ମୁମ୍ବାଇ : ସାମାନ୍ୟ ଗଣ୍ଡଗୋଳରୁ ଜଣେ ରାଜ୍ୟ ସ୍ତରୀୟ କବାଡି ଖେଳାଳୀଙ୍କୁ ହତ୍ୟା । ମୃତକ ଜଣକ ହେଉଛନ୍ତି ରାମ ଗଣେଷ ସିଂହ । ସେ ସବ-ଜୁନିୟର ସ୍ତରରେ ମହାରାଷ୍ଟ୍ରର କବାଡି ଟିମରେ ନିଜ ସ୍ଥାନ ବନାଇଥିଲେ । ଗତ ସପ୍ତାହରେ ପ୍ରଭାଦେବୀ ରାସ୍ତାରେ ତାଙ୍କୁ ହତ୍ୟା କରାଯାଇଛି । ଜଣେ ବାଇକର ଏବଂ ନିଜ ପୁତୁରା ମଧ୍ୟ ବିବାଦ ଲାଗିଥିବାବେଳେ ସେ ରୋକିବାକୁ ଚେଷ୍ଟା କରୁଥିଲେ । ଏହା ମଧ୍ୟରେ ଛୁରୀ ମାରି ତାଙ୍କୁ ହତ୍ୟା କରାଯାଇଛି । ଜଣେ ଜିମ୍ ଟ୍ରେନର ମନୀଷ ପାଟିଲଙ୍କ ଉପରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଲାଗିଛି । ଏନେଇ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ପୋଲିସ । ତେବେ ରାମ ସିଂହଙ୍କ ପୁତୁରା ରାଜ ସିଂହଙ୍କ ହାତରେ ସାମାନ୍ୟ ଆଘାତ ଲାଗିଛି ।
ପ୍ରଭାଦେବୀ ରୋଡରେ ରାଜ ସିଂହ ମଙ୍ଗଳବାର କିଛି କାମରେ ନିଜ ବାଇକରେ ଯାଉଥିଲେ । ସେହି ସମୟରେ ପାଟିଲ ମଧ୍ୟ ନିଜ ବାଇକରେ ଘରକୁ ଫେରୁଥିଲେ । ରାସ୍ତାରେ ଗହଳି ଥିବାରୁ ଉଭୟଙ୍କ ବାଇକ୍ ସାମାନ୍ୟ ବାଜି ଯାଇଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ରାଜ ସିଂହ ନିଜ ଚାଚା ରାମ ସିଂହକୁ ଫୋନ୍ କରିଥିଲେ । ଏହା ପରେ ପାଟିଲ ସେହି ସ୍ଥାନରୁ ଚାଲିଗଲେ କିନ୍ତୁ କିଛି ସମୟ ପରେ ପୁଣି ଫେରି ରାଜଙ୍କ ଉପରେ ଆକ୍ରମଣ କଲେ । ଏହି ସମୟରେ ସେଠାରେ ପହଞ୍ଚି ରାମ ସିଂହ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାକୁ ପାଟିଲ ରାମ ସିଂହଙ୍କ ପେଟରେ ଛୁରୀ ଭୁସି ଦେଲେ । ଏହି ସମୟରେ ରାଜ ସାମାନ୍ୟ ଆହତ ହୋଇଥିଲେ କିନ୍ତୁ ରାମ ସିଂହଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।