ଗଞ୍ଜାମ : ତାରିସଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମର ୨୦୧୬ ମସିହାରେ ପତ୍ନି ହତ୍ୟାକାଣ୍ଡ ମାମଲାର ବିଚାର କରି ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଡ. ଅରୁଣ କୁମାର ସାହୁ ଆସାମୀ ଜୟଶଙ୍କର ପାତ୍ରକୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୫ ହଜାର ଟଙ୍କାର ଜରିମନା ଦଣ୍ଡ ଭୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ଏଡିଜେ ଶ୍ରୀ ସାହୁ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ୨୮ ଜଣ ସାକ୍ଷ୍ୟ ପ୍ରମାଣକୁ ବିଚାର କରି ଏଡିଜେ ଶ୍ରୀ ରାୟ ଉପରୋକ୍ତ ରାୟ ଶୁଣାଇଛନ୍ତି । ସୂଚନା ଯୋଗ୍ୟ ଯେ ଗତ ୨୦୧୬ ମସିହା ଫେବୃୟାରୀ ୩ ତାରିଖରେ ତାରିସଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମର ଜୟଶଙ୍କର ପାତ୍ର ନିଜର ପତ୍ନି ରାଜଲକ୍ଷ୍ମୀ ପାତ୍ରକୁ ନିଧିଆପଲ୍ଲି-ବ୍ରାହ୍ମଣପଦର ରାସ୍ତାର ଡାଳଖାଇ ଜଙ୍ଗଲରେ ଅତି ନୃଶଂସ ଭାବେ ହତ୍ୟା କରି ପ୍ରଥମେ ଦୁର୍ଘଟଣାର ରୂପ ଦେଇଥିଲା ।
ମୃତ ରାଜଲକ୍ଷ୍ମୀଙ୍କ ରକ୍ତଜୁଡୁବୁଡୁ ଶରୀରକୁ ସ୍ୱାମୀ ଭଞ୍ଜନଗର ଉପଖଣ୍ଡ ସରକାରୀ ହସ୍ପିଟାଲ ଆଣି ଘୁ.ନୂଆଗାଁରେ ରହୁଥିବା ଶାଳକ ପି.ସନ୍ତୋଷ କୁମାର ସରାବକୁ ଖବର ଦେଇଥିଲା । ସନ୍ତୋଷ ମେଡିକାଲରେ ପହଞ୍ôଚଥିଲେ । ଦୁର୍ଘଟଣା ବେଳେ ମୃତ ରାଜଲକ୍ଷ୍ମୀଙ୍କ ସାଥିରେ ଏକ ୩ ବର୍ଷର ଭାଣିଜି ଥିଲା । କିନ୍ତୁ ତା ଦେହରେ କିଛି ବି ଆଘାତ ଲାଗି ନ ଥିବାରୁ ଏହା ସମ୍ପୂର୍ଣ୍ଣ ସୁପରିକଳ୍ପିତ ଷଡଯନ୍ତ ବୋଲି ସନ୍ତୋଷ ସନ୍ଦେହ କରି ତାରସିଂ ଥାନାରେ ଏତଲା ଦେଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଚଳାଇ ଏହା ଏକ ହତ୍ୟାକାଣ୍ଡ ଏବଂ ନାବାଳକ ମଧ୍ୟରେ ଏଥିରେ ସମ୍ପୃକ୍ତ ବୋଲି ତଦନ୍ତରୁ ଜାଣିପାରିଥିଲା । ପୋଲିସ୍ ୩୦୨ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଜୟଶଙ୍କରକୁ ଗିରଫ କରି ଭଞ୍ଜନଗର କୋର୍ଟକୁ ପଠାଇଥିବା ବେଳେ ସଂପୃକ୍ତ ନାବାଳକକୁ ବ୍ରହ୍ମପୁର ଜୁଭେନାଇଲ୍ କୋର୍ଟକୁ ପଠାଇଥିଲେ। ସେହିଦିନ ଠାରୁ ଅଭିଯୁକ୍ତ ଜୟଶଙ୍କର ଭଞ୍ଜନଗର ଜେଲରେ ବିଚାରଧିନ ବନ୍ଦୀ ଭାବେ ରହି ଆସୁଥିଲେ । ସରକାରଙ୍କ ତରଫରୁ ଅତିରିକ୍ତ ସରାକରୀ ଓକିଲ ଏମ୍.ତାଜ. ଆଦେନୀ ମାମଲା ପରିଚାଳନା କରିଥିଲେ ।