20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶକରୋନା ଟିକା ବଦଳରେ ଡାକ୍ତର ଦେଇଦେଲେ ଏହି ଇଞ୍ଜେକ୍ସନ୍‌, ତା’ପରେ କ’ଣ ହେଲା ପୁରା ଘଟଣା...

କରୋନା ଟିକା ବଦଳରେ ଡାକ୍ତର ଦେଇଦେଲେ ଏହି ଇଞ୍ଜେକ୍ସନ୍‌, ତା’ପରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ସିଙ୍ଗାପୁର: ସିଙ୍ଗାପୁରର ଟିକାକରଣ ନିରୋଧୀ (ଆଣ୍ଟି-ଭେକ୍ସିନେସନ୍‌) ଗ୍ରୁପ ସହ ଜଡିତ ଜିପ୍ସନ୍ କ୍ୱାହ ନାମକ ୩୩ ବର୍ଷୀୟ ଜଣେ ଡାକ୍ତର ଲୋକମାନଙ୍କୁ କରୋନାର ଟିକା ବଦଳରେ ସାଲାଇନ୍ ସଲସନ୍‌ର ଇଞ୍ଜେକ୍ସନ୍ ଲଗାଇ ଦେଇଥିଲେ । ସେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜାତୀୟ ଟିକାକରଣ ରେଜିଷ୍ଟ୍ରିରେ ଭୁଲ୍ ତଥ୍ୟ ବି ଅପଲୋଡ୍ କରି କରିଛନ୍ତି । ଏହାପରେ ଜିପ୍ସନ୍ କ୍ୱାହଙ୍କ ଏପରି କାର୍ଯ୍ୟକଳାପ ପରେ ଜିପ୍ସନ୍ କ୍ୱାହଙ୍କୁ ସିଙ୍ଗାପୁର ମେଡିକାଲ କାଉନ୍ସିଲ୍ ୧୮ ମାସ ପାଇଁ ନିଲମ୍ବିତ କରିଛନ୍ତି । ମେଡିକାଲ କାଉନ୍ସିଲ ଅନୁସାରେ ୨୩ ମାର୍ଚ୍ଚରେ ଘଟଣା ବିଷୟରେ ଜଣା ପଡିଥିଲା ।

ଏହାପରେ ଶେଷ ନିଷ୍ପତ୍ତି ପାଇଁ ସମିତି ପାଖକୁ ପଠାଯାଇଥିଲା । ଜନତାଙ୍କ ସୁରକ୍ଷା ପାଇଁ ଜିପ୍ସନ୍ କ୍ୱାହଙ୍କୁ ସମିତି ନିଲମ୍ବିତ କରିଛନ୍ତି । ଡଃ. କ୍ୱାହ ଲୋକମାନଙ୍କୁ ଭୁଲ୍ ଟିକା ଲଗାଇବା ସହିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ୱେବସାଇଟରେ ଏହି ତଥ୍ୟ ବି ଅପଲୋଡ୍ କରିଥିଲେ ଯେ ଏହି ଲୋକମାନଙ୍କୁ କୌଣସି ରୋଗ ପାଇଁ ଟିକା ଲଗାଯାଇଛି । ଖବର ଅନୁସାରେ, ସେ ଏହି ଲୋକମାନଙ୍କ ଠାରୁ ସାଲାଇନ୍ ସଲ୍ୟୁସନ୍ ଦେବା ପାଇଁ ଯଥେଷ୍ଟ ଅର୍ଥ ଆଦାୟ କରିଥିଲେ । କ୍ୱାହଙ୍କ ସହିତ ତାଙ୍କ ସହଯୋଗୀ (ଆସିଷ୍ଟାଣ୍ଟ)ଙ୍କ ନାମରେ ବି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଧୋକା ଦେବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ଡଃ. କ୍ୱାହ ଓ ତାଙ୍କ ସହଯୋଗୀଙ୍କୁ ଭୁଲ୍ ଟିକା ତଥ୍ୟ ମାମଲାରେ ପୂର୍ବରୁ ବି ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking