ମୁମ୍ବାଇ: ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିିବି) ମୁମ୍ବାଇର ଏକ ଫୌଜଦାରୀ ଅଦାଲତଙ୍କୁ ୯୦ ଦିନ ସମୟ ଲୋଡିଥିବା ଜଣାପଡିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ଏପ୍ରିଲ ୨ରେ ଚାର୍ଜସିଟ୍ ଦାଖଲ କରାଯିବା କଥା । ତେବେ ଏହି ମାମଲାରେ ଆର୍ଯ୍ୟନ୍ ସଂପୃକ୍ତ ଥିବାର ବଳିଷ୍ଠ ପ୍ରମାଣ ହସ୍ତଗତ ହୋଇନଥିବାରୁ ଏପ୍ରିଲ ୨ରେ ଚାର୍ଜସିଟ୍ ଦାଖଲ କରିବା ଅସମ୍ଭବ ହୋଇପଡିଛି ବୋଲି ଏନ୍ସିିବିର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ମୁଖ୍ୟ ସଞ୍ଜୟ ସିଂହ କହିଛନ୍ତି । ସୂଚନାଯୋଗ୍ୟ ୨୦୨୧ ଅକ୍ଟୋବର ୨ରେ ଏନ୍ସିବି ଅଧିକାରୀମାନେ ମୁମ୍ବାଇରୁ ଗୋଆ ଯାତ୍ରା କରୁଥିବା ‘କର୍ଡେଲିଆ’ ନାମକ କ୍ରୁଜ୍ ଉପରେ ଚଢଉ କରି ମାଦକଦ୍ରବ୍ୟ ସେବନ ଓ ରଖିଥିବା ଅଭିଯୋଗରେ ଆର୍ଯ୍ୟନ୍ଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଆର୍ଥର ରୋଡ୍ ଜେଲ ପଠାଯାଇଥିଲା । ଦୀର୍ଘ ୨୫ ଦିନ ଜେଲ୍ରେ ରହିବାପରେ ୨୦୨୧ ଅକ୍ଟୋବର ୨୮ରେ ଆର୍ଯ୍ୟନ୍ ଜାମିନରେ ବାହାରକୁ ଆସିଥିଲେ ।