କୋଲକାତା: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଏକ ବଡ଼ ଧରଣର ଧର୍ମଘଟ ହୋଇଛି। ପଶ୍ଚିମବଙ୍ଗ, କେରଳ ସମେତ ଅନ୍ୟ ରାଜ୍ୟରେ ଏହି ଧର୍ମଘଟର ପ୍ରଭାବ ଦେଖିବାକୁ ମିଳୁଛି। ପଶ୍ଚିମବଙ୍ଗର ରେଳ ଟ୍ରାକରେ ବିକ୍ଷୋଭକାରୀମାନେ ବସିଛନ୍ତି। ଏହି କାରଣରୁ ଟ୍ରେନର ଗତିବିଧି ପ୍ରଭାବିତ ହୋଇଥିଲା । ଧର୍ମଘଟ ଯୋଗୁଁ ବ୍ୟାଙ୍କ ବନ୍ଦ ହୋଇପାରେ କିନ୍ତୁ ଏଟିଏମ୍ ଖୋଲା ଅଛି। ଏହାପୂର୍ବରୁ ଆସୋସିଏସନ ଅଫ ସେଣ୍ଟ୍ରାଲ ଟ୍ରେଡ ୟୁନିଅନ ଏବଂ ବ୍ୟାଙ୍କ କର୍ମଚାରୀ ସୋମବାର ଏବଂ ମଙ୍ଗଳବାର ଦିନ ଭାରତ ବାନ୍ଧ ଘୋଷଣା କରିଛନ୍ତି। ଶ୍ରମିକ, କୃଷକ ଏବଂ ସାଧାରଣ ଲୋକଙ୍କ ଉପରେ କେନ୍ଦ୍ର ସରକାରଙ୍କ ନୀତିର ନକାରାତ୍ମକ ପ୍ରଭାବକୁ ଏହାର କାରଣ ଦିଆଯାଇଛି। ରବିବାର ଦିନ ୟୁନିଅନ ମିଳିତ ବିବୃତ୍ତିରେ କହିଛନ୍ତି, ‘ସଡ଼କପଥ, ପରିବହନ ଏବଂ ବିଦ୍ୟୁତ କର୍ମଚାରୀ ମଧ୍ୟ ଆମର ଧର୍ମଘଟରେ ଯୋଗ ଦେଇଛନ୍ତି। କୋଇଲା, ରେଳବାଇ, ବୀମା, ପ୍ରତିରକ୍ଷା, ଟେଲିକମ୍, ଡାକ ଏବଂ ଅନ୍ୟାନ୍ୟ ଶ୍ରମିକ ସଂଗଠନକୁ ମଧ୍ୟ ସମର୍ଥନ କରାଯାଇଛି। ବ୍ୟାଙ୍କିଂ, ପରିବହନ ଏବଂ ଅନ୍ୟାନ୍ୟ ସେବା ପ୍ରଭାବିତ ହୋଇପାରେ ଜ୍ଝ ଉଭୟ ଦିନ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡିକର କାର୍ୟ୍ୟକାରିତା ପ୍ରଭାବିତ ହେବ ବୋଲି ଏସବିଆଇ କହିଛି। ଶକ୍ତି ମନ୍ତ୍ରଣାଳୟ ଆଞ୍ଚଳିକ ଏବଂ ରାଜ୍ୟ ନିୟନ୍ତ୍ରଣ କକ୍ଷକୁ ହାଇ ଆଲର୍ଟରେ ରଖିଛି। ଧର୍ମଘଟ ସମୟରେ ଗ୍ରୀଡ ରକ୍ଷଣାବେକ୍ଷଣ ଏବଂ ସ୍ଥିରତା ବଜାୟ ରଖିବା ପାଇଁ ସମସ୍ତ ରାଜ୍ୟ ତଥା ବିଦ୍ୟୁତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।