ଆଗାମୀ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି
ସ୍ଥାପିତ ହେବ ଇଲେକ୍ଟ୍ରୋନିକ୍ ସହର
ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ମନୀଶ ସିସୋଦିଆ ଶନିବାର ବିଧାନସଭାରେ ୨୦୨୨-୨୩ ଆର୍ôଥକବର୍ଷ ପାଇଁ ୭୫,୮୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥରକୁ ମିଶାଇ ଆପ୍ ସରକାର ଦିଲ୍ଲୀ ପାଇଁ ଅଷ୍ଟମ ଥର ବଜେଟ୍ ଉପସ୍ଥାପନ କରିଛନ୍ତି । ଆଗାମୀ ୫ ବର୍ଷରେ ଦିଲ୍ଲୀରେ ବେକାରଙ୍କ ପାଇଁ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହ ବାପ୍ରୋଲାଠାରେ ଏକ ଇଲେକ୍ଟୋନିକ୍ ସହର ସ୍ଥାପନ କରିବାକୁ ବଜେଟ୍ରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।
ସରକାରୀ ହସ୍ପିଟାଲର ଆଧୁନିକୀକରଣ ବାବଦରେ ୧୯୦୦ କୋଟି ଏବଂ ମୋହଲ୍ଲା କ୍ଲିନିକ୍ ପାଇଁ ୪୭୫ କୋଟିର ବ୍ୟୟପରାଦ କରାଯାଇଛି । ଆଗାମୀ ୨ ବର୍ଷ ମଧ୍ୟରେ ଦିଲ୍ଲୀ ଦେଇ ପ୍ରବାହିତ ଯମୁନା ନଦୀର ଜଳକୁ ସମ୍ପୂର୍ଣ୍ଣ ବିଶୋଧିତ କରାଯିବ ବୋଲି ବଜେଟ୍ରେ ପ୍ରସ୍ତାବ ରହିଛି । ଆଗକୁ ଦିଲ୍ଲୀରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏଥିପାଇଁ ୬୧୫୪ କୋଟିର ବ୍ୟୟବରାଦ କରାଯାଇଛି । ଖାଉଟୀ ମାର୍କେଟର ଚାହିଦା ବୃଦ୍ଧି କରିବାକୁ ‘ଦିଲ୍ଲୀ ବାଜାର ପୋର୍ଟାଲ’ ସ୍ଥାପନର ପ୍ରସ୍ତାବ ମଧ୍ୟ ରହିଛି ।