ଚେନ୍ନାଇ: ଅବୈଧ ସମ୍ପର୍କର କରୁଣ ପରିଣତି । ନିଜ ଶିଶୁକୁ ହତ୍ୟା କରିଛି ଜନ୍ମକଲା ମାଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତାମିଲନାଡୁର ନିଳଗିରି ଅଞ୍ଚଳରେ । ନିଜ ଶୁଶୁକୁ ହତ୍ୟା କରିବା ଘଟଣାରେ ପୋଲିସ ୩୮ ବର୍ଷୀୟା ମହିଳାଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଗତ ମାସ ୧୪ ତାରିଖରେ ଶିଶୁଟି ଉଟି ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲା । ଶିଶୁର ମୃତ୍ୟୁ ନେଇ ତା ମାଆ କହିଥିଲେ ଯେ ଶିଶୁଟି ପିଡିତ ଥିଲା । କିନ୍ତୁ ଶିଶୁଟିର ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ହେତୁ ମୃତ୍ୟୁକୁ ନେଇ ପୋଲିସ ସନ୍ଦେହ ପ୍ରକାଶ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସର ତଦନ୍ତ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ସତ୍ୟ ସାମ୍ନାକୁ ଆସିଛି । ଭୁଲ ବୁଝାମଣା ହେତୁ ହତ୍ୟାକାରୀ ମାଆ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲା । ଏହା ପରେ ସେ ଜଣେ ପୁରୁଷଙ୍କ ସହିତ ସମ୍ପର୍କ ରଖିବା ପରେ ବିବାହ କରିଥିଲେ । ଏହା ବ୍ୟତୀତ ସୋସିଆଲ ମିଡିଆରେ ସେ ଅନେକ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଏହି ବେଆଇନ କାର୍ଯ୍ୟ ହେତୁ ସେ ସବୁବେଳେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିଲେ । ସେପଟେ ତାଙ୍କର ଏକ ବର୍ଷର ସନ୍ତାନ ଜୀବନରେ ଏକ ପ୍ରତିବନ୍ଧକ ଭାବେ ଉଭା ହୋଇଥିବା ମହିଳା ଜଣକ ଅନୁଭବ କରିଥିଲେ ।