20.1 C
Bhubaneswar
Monday, November 18, 2024
Homeଓଡିଶାକ୍ୟାପ୍ଟିଭ୍ ପାୱାର୍‌ପ୍ଲାଣ୍ଟ୍‌ରେ କୋଇଲା ସଙ୍କଟ : ପିଏମ୍‌ଓଙ୍କ ହସ୍ତକ୍ଷେପ ଲୋଡ଼ିଲା ଏଏଆଇ

କ୍ୟାପ୍ଟିଭ୍ ପାୱାର୍‌ପ୍ଲାଣ୍ଟ୍‌ରେ କୋଇଲା ସଙ୍କଟ : ପିଏମ୍‌ଓଙ୍କ ହସ୍ତକ୍ଷେପ ଲୋଡ଼ିଲା ଏଏଆଇ

ଭୁବନେଶ୍ୱର: ଶିଳ୍ପ ପାଇଁ କୋଇଲା ରେକ୍ ଯୋଗାଣ ଅଭାବର ଉଦବେଗଜନକ ସ୍ଥିତି ଏବେ ସଡ଼କଭିତ୍ତିକ ଯୋଗାଣ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଥିବା ବେଳେ ଏହି କ୍ଷେତ୍ରରେ ଦେଖାଦେଇଥିବା ବିଭ୍ରାଟର ତୁରନ୍ତ ସମାଧାନ ଲାଗି ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କୋଇଲା ମନ୍ତ୍ରୀ ଏବଂ କ୍ୟାବିନେଟ୍ ସଚିବଙ୍କୁ ଚିଠିଲେଖି ଜରୁରୀକାଳୀନ ହସ୍ତକ୍ଷେପ ଲୋଡ଼ାଯାଇଛି । ଅଣ-ବିଦ୍ୟୁତ କ୍ଷେତ୍ରକୁ କୋଇଲା ପାଇଁ ସଡ଼କ ଓ ରେକ୍ ଯୋଗାଣକୁ ଆହୁରି ହ୍ରାସ କରିବା ଲାଗି କୋଲଇଣ୍ଡିଆ ନିକଟରେ ଗ୍ରହଣ କରିଥିବା ଏକ ନିଷ୍ପତି ଯୋଗୁଁ ସଂଘ ଏଭଳି ପଦକ୍ଷେପ ଗ୍ରହଣ କରିଛି ।

ଅଣ-ବିଦ୍ୟୁତ କ୍ଷେତ୍ର ଲାଗିକୋଇଲା ଯୋଗାଣ ଏବେ ୩.୬ ଏଲଟିପିଡିରୁ ୨.୭୫ ଏଲଟିପିଡିକୁ ହ୍ରାସ ପାଇଛି ଯାହା ଚାହିଦା-ଯୋଗାଣ ଅନ୍ତରକୁ ଆହୁରି ଖରାପ କରିଛି ଏବଂ ଶିଳ୍ପରେ ବଡ଼ ଧରଣର ଅଭାବ ସୃଷ୍ଟିକରିଛି । ୨୦୨୨ ଆର୍ଥିକ ବର୍ଷର ସେପ୍ଟେମ୍ବର-ଫେବ୍ରୁଆରି ମଧ୍ୟରେ ୧୨%କୁ ହ୍ରାସ ପାଇଥିବାବେଳେ ବିଦ୍ୟୁତ କ୍ଷେତ୍ରକୁ ଯୋଗାଣରେ ୧୧%କୁ ବୃଦ୍ଧି ପାଇଛି, ଫଳରେ ଅଣ-ବିଦ୍ୟୁତ କ୍ଷେତ୍ରଲାଗି ୪୮୦୦ ରେକ୍‌ର ଯୋଗାଣକୁ ନେଇ ଏକ ବିଶାଳ ବକେୟା ସୃଷ୍ଟିକରିଛି । ଫଳରେ ସବୁଠୁ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି ବିଦ୍ୟୁତ ଉପରେ ଅତ୍ୟଧିକ ନିର୍ଭରଶୀଳ ଆଲୁମିନିୟମ୍ କ୍ଷେତ୍ରର କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍ ।

ଦୈନିକ ଅତିକମ୍‌ରେ ୨୫-୩୦ କୋଇଲା ରେକ୍ ଅତ୍ୟଧିକ ଶକ୍ତି ବ୍ୟବହାରକାରୀ ଆଲୁମିନିୟମ ଶିଳ୍ପର ସିପିପି ଗୁଡ଼ିକ ପାଇଁ ବ୍ୟବସ୍ଥାକରି ତୁରନ୍ତ କୋଇଲା ଓ ରେକ୍ ଯୋଗାଣ ସ୍ୱାଭାବିକ କରିବା ଓ ଏହି କ୍ଷେତ୍ରର ନିରନ୍ତରତାକୁ ଜାରିରଖିବା ଲାଗି ଜରୁରୀ କାଳୀନ ପଦକ୍ଷେପ ଗ୍ରହଣକରାଯାଉ । କଂଚାମାଲ ଓ ଆଲୁମିନିୟମ ଇନପୁଟର ଅଭାବ ଯୋଗୁଁ ଆମଦାନି ବଢ଼ିପାରେ ଏବଂ ରପ୍ତାନି ଆୟ କ୍ଷତି ହୋଇପାରେ ଓ ତା’ ସହିତ ୧ ନିୟୁତ ନିଯୁକ୍ତି ପ୍ରତିବିପଦ ଦେଖାଦେଇପାରେ ବୋଲି ଚିଠିରେ ଊଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking