19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍‌ବକ୍ସ; ପାଇଲଟ୍‌ଙ୍କ ସହ ଯୋଗାଯୋଗ ହୋଇନଥିଲା: ଏଟିସି

ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍‌ବକ୍ସ; ପାଇଲଟ୍‌ଙ୍କ ସହ ଯୋଗାଯୋଗ ହୋଇନଥିଲା: ଏଟିସି

ବେଜିଂ : ଚଳିତମାସ ୨୧ରେ ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଗୁଆଙ୍ଗ୍‌ସି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ୯ ବିମାନ କର୍ମଚାରୀଙ୍କ ସମେତ ମୋଟ ୧୩୨ ଜଣ ପ୍ରାଣ ହରାଇଛନ୍ତି । ଏହି ପରିପ୍ରେକ୍ଷୀରେ ଉଦ୍ଧାରକାରୀ ଦଳ ବୁଧବାର ଘଟଣାସ୍ଥଳରୁ ବିମାନର ବ୍ଲାକ୍‌ବକ୍ସକୁୁ ଖୋଜି ପାଇଛନ୍ତି । ତେବେ ବ୍ଲାକବକ୍ସଟି ଏଭଳି କ୍ଷତିଗ୍ରସ୍ତ ହୋଇଛି, ଯାହାଫଳରେ ମିଳିଥିବା ଯନ୍ତ୍ରାଂଶଟି ଏଫ୍‌ଡିଆର (ଫ୍ଲାଇଟ୍ ଡାଟା ରେକର୍ଡର) କିମ୍ବା ସିଭିଆର (କକ୍‌ପିଟ ଭଏସ ରେକର୍ଡର) ତାହା ଜଣାପଡୁନାହିଁ ବୋଲି ବିଶେଷଜ୍ଞ ଦଳ ମତବ୍ୟକ୍ତ କରିଛନ୍ତି । ବ୍ଲାକ୍‌ବକ୍ସର ଅନ୍ୟ ଯନ୍ତ୍ରାଂଶକୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି ।

ଅପରପକ୍ଷରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାପୂର୍ବରୁ ପାଇଲଟ୍‌ଙ୍କ ସହ ଯୋଗାଯୋଗ କରିବାକୁ ଏଟିସି ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲେ ସୁଦ୍ଧା ଏହା ସମ୍ଭବ ହୋଇପାରିନଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବିମାନଟି ଭୂପୃଷ୍ଠରୁ ୨୯,୧୦୦ ଫୁଟ ଉପରେ ଉଡୁଥିବାବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଫଳରେ ଏହା ଦ୍ରୁତଗତିରେ ତଳମୁହାଁ ହୋଇ ନିକଟସ୍ଥ ପାହାଡରେ ପିଟିହେବାପରେ ସେଥିରେ ନିଆଁ ଲାଗିଯାଇଥିଲା । ସେହି ସମୟରେ ବିମାନର ବେଗ ଘଣ୍ଟାପ୍ରତି ୭୦୦ ମାଇଲ (ପ୍ରାୟ ଶବ୍ଦର ଗତି ସହ ସମାନ) ଥିଲା ବୋଲି କୁହାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ପାଇଁ ଅଧିକ ତଦନ୍ତ ଜରୁରୀ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking