28.1 C
Bhubaneswar
Monday, November 18, 2024
Homeଅପରାଧଟଙ୍କା ପାଇଁ ସାଙ୍ଗକୁ ଖଣ୍ଡ ଖଣ୍ଡ କରି କାଟିଦେଲେ ଦୁଇ ଅଭିଯୁକ୍ତ

ଟଙ୍କା ପାଇଁ ସାଙ୍ଗକୁ ଖଣ୍ଡ ଖଣ୍ଡ କରି କାଟିଦେଲେ ଦୁଇ ଅଭିଯୁକ୍ତ

ଲକ୍ଷ୍ନୌ : ଟଙ୍କା ପାଇଁ ସାଙ୍ଗକୁ ଖଣ୍ଡ ଖଣ୍ଡ କରି କାଟିଦେଲେ ଦୁଇ ଅଭିଯୁକ୍ତ । ଧରା ନପଡ଼ିବା ପାଇଁ ମୃତଦେହକୁ ୪୯ଖଣ୍ଡ କରି ଅଫିସ ବାହାରେ ଅଭିଯୁକ୍ତମାନେ ପୋତି ଦେଇଥିବା ବେଳେ ଏବେ ଏହି ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ହାପୁଡ଼ରେ ଘଟିଛି ଏଭଳି ଘଟଣା । ୩ଦିନ ଧରି ନିଖୋଜ ଥିବା ଇରଫାନଙ୍କୁ ଖୋଜୁଥିବା ବେଳେ ଇରଫାନର ବନ୍ଧୁ ମଜିଦ ଏବଂ ରାଗିବଙ୍କୁ ସନ୍ଦେହ କରିଥିଲା ପୋଲିସ । ଦୁହିିଁଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ପରେ ପ୍ରଥମେ ଦୁହେଁ ଦୋଷ ସ୍ୱୀକାର କରିନଥିବା ବେଳେ ପରେ ଦୁହେଁ ସବୁ ଦୋଷ ମାନି ନେଇଥିଲେ । ଦୁହେଁ ଟଙ୍କା ପାଇଁ ଇରଫାନଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ କହିଥିଲେ ।

ସୂଚନା ଅନୁଯାୟୀ, ମାର୍ଚ୍ଚ ୧୮ରେ ହୋଲି ଥିବାରୁ ସମସ୍ତ ସାଙ୍ଗ ଏକାଠି ଥିଲେ ଏବଂ ସମସ୍ତେ ମଦ୍ୟପାନ କରିଥିଲେ । ଏହି ସମୟରେ ଇରଫାନ ଘର ବିକ୍ରି କରି ପାଖରେ ୭ଲକ୍ଷ ଟଙ୍କା ରଖିଥିବା ବିଷୟରେ ଜାଣିବାକୁ ପାଇଥିଲେ ଦୁଇ ଅଭିଯୁକ୍ତ । ଏହା ଜାଣିବା ପରେ ଟଙ୍କା ହଡ଼ପ କରିବା ପାଇଁ ଦୁହେଁ ମିଶି ଇରଫାନକୁ ହତ୍ୟା କରିଥିଲେ । ଏହା ପରେ ଇରଫାନକୁ ଖଣ୍ଡ ଖଣ୍ଡ କରି ୪୯ ଖଣ୍ଡ କରିବା ପରେ କାମ କରୁଥିବା ଅଫିସ ବାହାରେ ପୋତି ଦେଇଥିଲେ । ୩ଦିନ ଧରି ଇରଫାନ ଘରକୁ ନଯିବାରୁ ତାଙ୍କ ଭାଇ ଇମ୍ରାନ ପୋଲିସରେ ଏନେଇ ଅଭିଯୋଗ କରିଥିଲେ ଏବଂ ଇରଫାନଙ୍କ ଦୁଇ ସାଙ୍ଗ ମଜିଦ ଓ ରାଗିବଙ୍କ ଉପରେ ସନ୍ଦେହ ଥିବା କହିଥିଲେ । ଏହା ପରେ ପୋଲିସ ଦୁହିଁଙ୍କୁ ଅଟକ ରଖି ପଚରାଉଚରା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking