23.1 C
Bhubaneswar
Saturday, October 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଆତ୍ମସମର୍ପଣର ପ୍ରଶ୍ନ ଉଠୁନି: ଜେଲେନ୍‌ସ୍କି

ଆତ୍ମସମର୍ପଣର ପ୍ରଶ୍ନ ଉଠୁନି: ଜେଲେନ୍‌ସ୍କି

କିଏଭ: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଇତିମଧ୍ୟରେ ୨୭ ଦିନରେ ପହଞ୍ଚିଥିବାବେଳେ କୌଣସିପକ୍ଷ ନିଜ ଜିଦରୁ ଓହରିବାକୁ ପ୍ରସ୍ତୁତ ନାହାନ୍ତି । ରୁଷ୍ ସେନା ଆକ୍ରମଣରେ ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ସହର ଧ୍ୱଂସସ୍ତୂପ ପାଲଟୁଥିବାବେଳେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍‌ସ୍କି କିନ୍ତୁ ଔଦ୍ଧତ୍ୟ ପ୍ରକାଶ କରିବାରେ ତିଳେମାତ୍ର କୁଣ୍ଠାବୋଧ କରୁନାହାନ୍ତି । ସୋମବାର ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ଶତ୍ରୁପକ୍ଷର ଆକ୍ରମଣରେ ନିଜ ସହରଗୁଡିକ ଧ୍ୱଂସ ପାଉଥିଲେ ସୁଦ୍ଧା କୌଣସି ପରିସ୍ଥିତିରେ ରୁଷ୍ ସମ୍ମୁଖରେ ଆତ୍ମସମର୍ପଣର ପ୍ରଶ୍ନ ଉଠୁନାହିଁ । ରୁଷ୍ ସେନା ଇତିମଧ୍ୟରେ ମାରିୟୁପୋଲ ସହରକୁ କବ୍‌ଜା କରି ରଖିଥିବାବେଳେ ସେଠାରେ ବାସ କରୁଥିବା ପ୍ରାୟ ୫ ଲକ୍ଷ ୟୁକ୍ରେନ୍ ନାଗରିକ ଦୟନୀୟ ଅବସ୍ଥା ଭୋଗୁଛନ୍ତି । ରୁଷ୍ ସେନା ଯଦିଓ ୟୁକ୍ରେନ୍ ରାଜଧାନୀ କିଏଭ୍ ଦଖଲ କରିପାରିନାହିଁ, ତଥାପି ବୋମା ଓ କ୍ଷେପଣାସ୍ତ୍ର ମାଡକରି କିଏଭ୍‌ର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକୁ ଧୂଳିସାତ୍ କରିଦେଉଛି । ସୋମବାର କିଏଭ୍‌ର ଏକ ସପିଙ୍ଗ୍ ମଲ ଉପରେ ବୋମାମାଡ କରାଯାଇଥିବାବେଳେ ଏଥିରେ ୮ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ୟୁକ୍ରେନ୍‌ର ଏଭଳି ଦୂରବସ୍ଥା ଦେଖି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇତିମଧ୍ୟରେ ୟୁରୋପୀୟ ସଂଘ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିସାରିଛନ୍ତି । ଫେବୃଆରୀ ୨୪ରୁ ଯୁଦ୍ଧ ଆରମ୍ଭ ହେବାପରଠାରୁ ରୁଷ୍ ସେନା ୟୁକ୍ରେନ୍‌ର ଜନବସତି ଅଞ୍ଚଳକୁ ମୁଖ୍ୟତଃ ଟାର୍ଗେଟ କରୁଛି ବୋଲି ୟୁକ୍ରେନ୍ ଅଭିଯୋଗ କରିଛି । ଇତିମଧ୍ୟରେ ବୋମାମାଡରେ ୟୁକ୍ରେନ୍‌ର ୧୦ଟି ହସ୍ପିଟାଲ ଧରାଶାୟୀ ହୋଇପଡିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଭିକ୍ଟୋର ଲ୍ୟାସ୍‌କୋଭ୍ ସୂଚନା ଦେଇଛନ୍ତି । ପୁନଶ୍ଚ ଯୁଦ୍ଧ ବନ୍ଦ କରିବାକୁ ରୁଷ୍ ସହ ଆଲୋଚନା କରିବାକୁ ଜେଲେନ୍‌ସ୍କି ମଙ୍ଗଳବାର ଖ୍ରିଷ୍ଟୀୟ ଧର୍ମଗୁରୁ ପୋପ୍ ଫ୍ରାନ୍‌ସିସ୍‌ଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking