32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଦିଲ୍ଲୀ ସାଂପ୍ରଦାୟିକ ଦଙ୍ଗା ମାମଲା-୨୦୨୦: ସୋନିଆ, ରାହୁଲଙ୍କୁ ହାଇକୋର୍ଟ ନୋଟିସ

ଦିଲ୍ଲୀ ସାଂପ୍ରଦାୟିକ ଦଙ୍ଗା ମାମଲା-୨୦୨୦: ସୋନିଆ, ରାହୁଲଙ୍କୁ ହାଇକୋର୍ଟ ନୋଟିସ

ନୂଆଦିଲ୍ଲୀ ; ନାଗରିକତ୍ୱ ସଂଶୋଧନ ଆଇନ ପ୍ରସଙ୍ଗ (ସିଏଏ)କୁ ନେଇ ଦିଲ୍ଲୀରେ ୨୦୨୦ରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୁତ୍ର ରାହୁଲ, କନ୍ୟା ପ୍ରିୟଙ୍କାଙ୍କ ସମେତ ଏକାଧିକ ରାଜନେତା ଓ ସାମାଜିକ କର୍ମକର୍ତ୍ତାଙ୍କୁ ନୋଟିସ ଜାରି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରବେଶ ସାହିବ ବର୍ମା, କପିଲ ମିଶ୍ର, ମନୀଷ ସିସୋଦିଆ, ଅମାନାତୁଲ୍ଲା ଖାନ୍‌, ଆକବରୁଦ୍ଦିନ ଓୱେସି, ୱାରିସ ପଠାନ୍ ଓ ହର୍ଷ ମନ୍ଦର ପ୍ରମୁଖ ରହିଛନ୍ତି । ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିବାରୁ ଏମାନଙ୍କ ବିରୋଧରେ ଏତଲା ଦାଏର କରିବାକୁ ହାଇକୋର୍ଟରେ ସାନି ପିଟିସନ ଦାଖଲ କରାଯାଇଥିଲା । ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ରଜନୀଶ ଭଟ୍ଟନାଗରଙ୍କୁ ନେଇ ଗଠିତ ହାଇକୋର୍ଟ ଖଣ୍ଡପୀଠ ଏହାର ଶୁଣାଣି କରି ଉପରୋକ୍ତ ନୋଟିସ ଜାରି କରିଛନ୍ତି । ସୂଚନାଯୋଗ୍ୟ ଏହି ଦଙ୍ଗାରେ ୫୩ ଜଣ ପ୍ରାଣ ହରାଇଥିବାବେଳେ ଦୁଇଶହରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ପୋଡାଜଳାରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking