27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଆମେରିକା ସଡ଼କ ପରି ଚମକିବ ଭାରତୀୟ ସଡ଼କ

ଆମେରିକା ସଡ଼କ ପରି ଚମକିବ ଭାରତୀୟ ସଡ଼କ

ନୂଆଦିଲ୍ଲୀ: ‘ଆମେରିକାର ସଡ଼କ ଏଇଥିପାଇଁ ଭଲ ନୁହେଁ; କି ସେଠାକାର ଲୋକମାନେ ଧନୀ । ଆମେରିକା ଧନୀ କାହିଁକି ନା ସେଠାକାର ସଡ଼କଗୁଡ଼ିକ ଭଲ ।’ ଏହା କହିଛନ୍ତି ଭାରତର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ । ଭାରତକୁ ସମୃଦ୍ଧ କରିବାର ଅଛି । ଏଥିପାଇଁ ଆଗାମୀ ଡିସେମ୍ବର ୨୦୨୪ ପୂର୍ବରୁ ଭାରତୀୟ ସଡ଼କଗୁଡ଼ିକୁ ଆମେରିକା ଢାଞ୍ଚାରେ ପରିବର୍ତ୍ତିତ କରାଯିବ ବୋଲି ଗଡ଼କରୀ ସଂସଦରେ କହିଛନ୍ତି । ଭାରତୀୟ ଅର୍ଥବ୍ୟବସ୍ଥାକୁ ସମୃଦ୍ଧ ତଥା ପ୍ରଭାବଶାଳୀ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତିତ କରିବା ପାଇଁ ଭାରତୀୟ ସଡ଼କର ଉନ୍ନତୀକରଣ ତଥା ନବକଳେବର ଜରୁରୀ । ବିସ୍ତାରିତ ରାସ୍ତା ତଥା ଉତ୍ତମଗୁଣବତ୍ତା ସମ୍ପନ୍ନ ରାସ୍ତା ହିଁ ଭାରତୀୟ ଅର୍ଥବ୍ୟବସ୍ଥାକୁ ସମୃଦ୍ଧଶାଳୀ କରିବ ବୋଲି ସେ କହିଛନ୍ତି । ଏଥିସହିତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀର ପ୍ରଦୂଷଣ ସମସ୍ୟାରୁ ମୁକୁଳିବା ପାଇଁ ତଥା ସଡ଼କର ଆଧାରଭୂତ ଢାଞ୍ଚା ନିର୍ମାଣ ପାଇଁ ୬୨ ହଜାର କୋଟି ଟଙ୍କାର ପରିଯୋଜନା ଉପରେ କାମ ଜାରିରହିଛି । ବର୍ତ୍ତମାନ ଦିଲ୍ଲୀରେ ଯେ କୌଣସି ସ୍ଥାନକୁ ଯିବା ପାଇଁ ଗାଡ଼ିମୋଟର ଭିଡ଼ର ସମ୍ମୁଖୀନ ହେବାକୁ ପଡ଼ୁଛି । ସହରର ଟ୍ରାଫିକ୍‌ରେ ଘଣ୍ଟା ଘଣ୍ଟା ଧରି ଅଟକି ରହିବାକୁ ପଡ଼ୁଛି । ଏହାକୁ ନଜରରେ ରଖି ସହର ବାହାରେ ପର୍ଯ୍ୟାପ୍ତ ରିଂ ରୋଡ୍ ଓ ଅନ୍ୟ ସଡ଼କର ନିର୍ମାଣ କାର୍ଯ୍ୟ ଜାରିରହିଛି । ଏବେ ଦିଲ୍ଲୀରୁ ମିରଟ ଯାତ୍ରା କରିବା ପାଇଁ ମାତ୍ର ୪୦ ମିନିଟ୍ ସମୟ ଲାଗୁଛି; ଯାହା ପୂର୍ବରୁ ୪ ଘଣ୍ଟା ଲାଗୁଥିଲା । ଏଥିସହିତ ସେ ମନ୍ତ୍ରଣାଳୟର ଲକ୍ଷ୍ୟ ନିର୍ମାଣ ଖର୍ଚ୍ଚ କମ୍ କରିବା ସହିତ ଉଚ୍ଚଗୁଣବତ୍ତାପୂର୍ବକ ସଡ଼କ ନିର୍ମାଣ କରିବା ବୋଲି କହିଛନ୍ତି । ଦେଶରେ ପ୍ରତିଦିନ ଦୈନିକ ୩୮ କିମି ବ୍ୟାପ୍ତ ସଡ଼କ ନିର୍ମାଣ କରାଯାଉଛି । ଏହା ଏକ ଉପଲବ୍‌ଧି । ଆଜି ଦେଶର ପ୍ରମୁଖ ସମସ୍ୟା ଲଜିଷ୍ଟିକ୍ । ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ପରିବହନ ଖର୍ଚ୍ଚ ବଢ଼ିବା ସହିତ ଆବଶ୍ୟକୀୟ ସାମଗ୍ରୀର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଚୀନ୍‌ରେ ଲଜିଷ୍ଟିକ୍ ଖର୍ଚ୍ଚ ୮ରୁ ୧୦% ଓ ଆମେରିକରେ ଏହା ୧୨% ରହିଛି । ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ଯଦି ୫୦ ଘଣ୍ଟା ବଦଳରେ ୨୨ ଘଣ୍ଟା ହେବ; ତେବେ ସମୟ ବଞ୍ଚିବା ସହିତ ଡିଜେଲ୍ ଖର୍ଚ୍ଚ ମଧ୍ୟ ବଞ୍ଚିବ ବୋଲି ସେ କହିଛନ୍ତି । ଯାତ୍ରା ସମୟ କମ୍ ହେବା ଦ୍ୱାରା ପେଟ୍ରୋଲ୍‌-ଡିଜେଲ୍‌ର ସଞ୍ଚୟ ହେବା ସହିତ ପ୍ରଦୂଷଣ ମଧ୍ୟ କମ୍ ହୋଇଥାଏ । ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର ରୁପ ଦେବା ପାଇଁ ରପ୍ତାନି ବୃଦ୍ଧି କରିବାକୁ ପଡ଼ିବ ଓ ଲଜିଷ୍ଟିକ୍ ଖର୍ଚ୍ଚ କମ୍ କରିବା ସହିତ ପ୍ରତିସ୍ପର୍ଦ୍ଧାମୂଳକ ବଜାର ତିଆରି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking