21.1 C
Bhubaneswar
Monday, November 18, 2024
Homeଓଡିଶାନକଲି ବର ସାଜି ଛେଚା ଖାଇଲେ ଯୁବକ, ବାନ୍ଧିଲା ପୁଲିସ୍‌

ନକଲି ବର ସାଜି ଛେଚା ଖାଇଲେ ଯୁବକ, ବାନ୍ଧିଲା ପୁଲିସ୍‌

ଭବାନୀପାଟଣା: ଅସଲି କନିଆଁକୁ ନକଲି ବର। ସାଙ୍ଗରେ ମଧ୍ୟ ଆଣିଛନ୍ତି ନକଲି ସୁନା ଗହଣା। ଏଭଳି ଜଣେ ୪୨୦ ବରକୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଚାଉଳଶୁଖା ଗାଁରେ ଏଭଳି ଘଟଣା ଘଟିଛି।
ସୂଚନାନୁଯାୟୀ, ନିଜକୁ କଳାହାଣ୍ଡି ଅଞ୍ଚଳର ସଞ୍ଜୟ ସାହୁ କହି ଚାଉଳସୁଖା ଗାଁର ଜଣେ ଝିଅ ସହ ଯୁବକଙ୍କ ବାହାଘର ସ୍ଥିର ହୋଇଥିଲା। ଝିଅ ଘରକୁ ନକଲି ଘର ଦେଖାଇବା ସହ ଅନ୍ୟ ଏକ ଗାଁ ଦେଖାଇ ବାହାଘର ପାଇଁ ଦିନ ନିର୍ଘଣ୍ଟ ହୋଇଥିଲା। ହେଲେ ବାବୁ ଜଣଙ୍କ ବାହା ଲଗ୍ନର ଚାରି ଘଣ୍ଟା ପରେ ଏକାକୀ ଆସିବା ସହ ବାଟରୁ ଜଣେ ପଣ୍ଡିତଙ୍କୁ ଉଠାଇ ଆଣିଥିଲେ। ବରଯାତ୍ରୀରେ କେବଳ ବରକୁ ଦେଖି ଗ୍ରାମବାସୀଙ୍କ ସନ୍ଦେହ ଉପୁଜିଥିଲା। ଆଉ ପରିଚୟ ଖୋଜିବାରୁ ବାବୁଙ୍କ ନାମ ଲକ୍ଷ୍ମୀକାନ୍ତ ତିୱାରୀ ବୋଲି ଜଣା ପଡିବା ପରେ ଗ୍ରାମବାସୀମାନେ ତାଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ତେବେ ଖବର ପାଇ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଗ୍ରାମବାସୀମାନେ ପୋଲିସ ଗାଡି ସହ ନକଲି ବରକୁ ଅଟକ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking