21.1 C
Bhubaneswar
Monday, November 18, 2024
Homeଓଡିଶାସୁରକ୍ଷାକର୍ମୀଙ୍କ ବେକ କାଟିଦେଲେ ସଫେଇ କର୍ମଚାରୀ

ସୁରକ୍ଷାକର୍ମୀଙ୍କ ବେକ କାଟିଦେଲେ ସଫେଇ କର୍ମଚାରୀ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର(ଏମକେସିଜି) ଆଶୁ ଚିକିତ୍ସା ବିଭାଗରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀଙ୍କୁ ବ୍ଲେଡରେ ମରଣାନ୍ତକ ଆକ୍ରମଣ ହୋଇଛି । ଏମ୍‌କେସିଜିର ଜଣେ ସଫେଇ କର୍ମଚାରୀ ଏକ ବ୍ଲେଡରେ ତାଙ୍କ ବେକକୁ ଆକ୍ରମଶ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଏମକେସିଜିରେ କାର୍ଯ୍ୟରତ ସୁରକ୍ଷା କର୍ମୀ କାର୍ଯ୍ୟବନ୍ଦ କରି ଧାରଣା ଦେବା ସହ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ମେଡ଼ିକାଲର ପ୍ରଶାସନିକ ଅଧିକାରୀ ସୁଦାମ ମଣ୍ଡଳ ସହ ଅନ୍ୟ ଅଧିକାରୀ ଓ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପରେ ସୁରକ୍ଷା କର୍ମୀମାନେ ଧାରଣାରୁ ଉଠିଥିଲେ । ପ୍ରକାଶ ଯେ ଗତ କାଲି ଏମ୍‌କେସିଜିର ଆଶୁ ଚିକିତ୍ସା ବିଭାଗରେ ସୁରକ୍ଷାକର୍ମୀ ନାରାୟଣ ପଣ୍ଡା(୩୭) ନିଜ କାର୍ଯ୍ୟ କରୁଥିଲେ । ଏହି ସମୟରେ ସଫେଇ କାର୍ଯ୍ୟ କରୁଥିବା ପ୍ରଶାନ୍ତ ନାୟକ ବିଭାଗ ଭିତରକୁ ଯିବାକୁ ଉଦ୍ୟମ କରିଥିଲେ ।

କିନ୍ତୁ ପ୍ରଶାନ୍ତଙ୍କ ଛୁଟି ଥିବା ସହ ମଦ୍ୟପାନ କରିଥିବାରୁ ନାରାୟଣ ତାଙ୍କୁ ଭିତରକୁ ଛାଡ଼ି ନଥିଲେ । ଏନେଇ ପ୍ରଶାନ୍ତ ଉତ୍‌କ୍ଷିପ୍ତ ହୋଇ ନିଜ ପାଖରେ ରଖିଥିବା ଏକ ଅସ୍ତ୍ରୋପଚାର ବ୍ଲେଡରେ ନାରାୟଣଙ୍କ ବେକକୁ କାଠି ଦେଇଥିଲେ । ଆକ୍ରମଣରେ ନାରାୟଣ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ସେଠାରେ ଚିକିତ୍ସା କରାଯାଇଥିଲା । ଅନ୍ୟପକ୍ଷରେ ଆକ୍ରମଣ ପରେ ଆକ୍ରମଣକାରୀ ପ୍ରଶାନ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।

ଏହି ଘଟଣାକୁ ନେଇ ଆଜି ଆଉଟସୋର୍ସିଂ ରାଜ୍ୟ କର୍ମଚାରୀ ସଂଘ ଡାକରାରେ ଆଜି ସକାଳୁ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ସୁରକ୍ଷାକର୍ମୀ ଧାରଣା ଦେଇଥିଲେ । ସୁରକ୍ଷାକର୍ମୀଙ୍କୁ ଏଭଳି ମରଣାନ୍ତକ ଆକ୍ରମଣକୁ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ତୁରନ୍ତ ଅପରାଧୀକୁ ଗିରଫ କରିବାକୁ ସଂଘ ଆବାହକ ପ୍ରତାପ ପ୍ରଧାନ ଦାବି କରିଛନ୍ତି । ଏହା ସହ ପୁରୁଷ ସୁରକ୍ଷା କର୍ମଚାରୀଙ୍କ ପାଇଁ ରହଣିସ୍ଥଳ ଏବଂ ଶୌଚାଳୟର ବ୍ୟବସ୍ଥା, ବକେୟା ଥିବା ଏରିଅର ବାବଦ ଅର୍ଥ ପ୍ରଦାନ ଭଳି ୮ ଦଫା ଦାବି ଉପସ୍ଥାପନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking