19.1 C
Bhubaneswar
Friday, November 22, 2024
Homeବିଜିନେସ୍ତୈଳଦର ବୃଦ୍ଧି ଆଶଙ୍କା : କୋଭିଡ୍ ପୂର୍ବସ୍ତର ପାର୍‌କଲା ପେଟ୍ରୋଲ୍‌-ଡିଜେଲ୍ ବିକ୍ରି

ତୈଳଦର ବୃଦ୍ଧି ଆଶଙ୍କା : କୋଭିଡ୍ ପୂର୍ବସ୍ତର ପାର୍‌କଲା ପେଟ୍ରୋଲ୍‌-ଡିଜେଲ୍ ବିକ୍ରି

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ନିକଟ ଅତୀତରେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୧୩୯ ଡଲାର୍ ଅତିକ୍ରମ କରିଥିଲା । ଅଶୋଧିତ ତୈଳଦର ବୃଦ୍ଧି ଉପରେ ଦେଶରେ ପେଟ୍ରୋଲ୍‌-ଡିଜେଲ୍ ଦର ନିର୍ଦ୍ଧାରିତ ହୋଇଥାଏ । ଏଥିସହିତ ସାଧାରଣତଃ ଦେଖାଯାଇଥାଏ ଯେ; ସରକାର ନିର୍ବାଚନ ସମୟରେ ତୈଳଦର ସ୍ଥିର ରଖୁଥିବା ବେଳେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ପରେ ପେଟ୍ରୋଲ୍‌-ଡିଜେଲ୍ ଦର ବୃଦ୍ଧି କରିଥାନ୍ତି । ଏହି ସମସ୍ତ ସମ୍ଭାବନା ଓ ଆଶଙ୍କା ଦେଶରେ ପେଟ୍ରୋଲ୍‌-ଡିଜେଲ୍ ବିକ୍ରିକୁ ପ୍ରଭାବିତ କରିଛି । ବିକ୍ରି ବୃଦ୍ଧି ପାଇ ପ୍ରାକ୍‌-କୋଭିଡ୍‌ସ୍ତରକୁ ଅତିକ୍ରମ କରିଛି । ଲୋକମାନେ ଓ ଡିଲର୍‌ମାନେ ଦରବୃଦ୍ଧି ଆଶଙ୍କାରେ ଅଧିକ ପରିମାଣର ତୈଳ କ୍ରୟ କରି ଘରେ ମହଜୁଦ୍ ରଖୁଛନ୍ତି ।

ଚଳିତ ମାର୍ଚ୍ଚ ୧-୧୫ ଅବଧିରେ ଦେଶରେ ସର୍ବାଧିକ ବ୍ୟବହୃତ ତୈଳ ଅର୍ଥାତ୍ ଡିଜେଲ୍ ବିକ୍ରି ୧.୩ ମିଲିୟନ୍ ଟନ୍‌ରେ ପହଞ୍ଚିଛି । ଯାହା ପୂର୍ବବର୍ଷ ତୁଳନାରେ ୧୮% ଓ ୨୦୧୯ ତୁଳନାରେ ୨୪.୪% ବୃଦ୍ଧି ହାସଲ କରିଛି । ଅପରପକ୍ଷରେ ସମାନ ଅବଧିରେ ପେଟ୍ରୋଲ୍ ବିକ୍ରି ପୂର୍ବବର୍ଷ ତୁଳନାରେ ୨୪.୩% ଓ ୨୦୧୯ ତୁଳନାରେ ୩୩.୫% ବୃଦ୍ଧି ଘଟିଛି । ମାସିକ ଆଧାରରେ ପେଟ୍ରୋଲ୍ ବିକ୍ରି ୧୮.୮% ଓ ଡିଜେଲ୍ ବିକ୍ରି ୩୨.୮% ବୃଦ୍ଧି ଘଟିଛି । ସୂଚନାଯୋଗ୍ୟ ଯେ ଦେଶରେ ବିଗତ ୧୩୨ ଦିନ ଧରି ତୈଳଦର ସ୍ଥିର ରହିଛି । ଇତିମଧ୍ୟରେ ଅଶୋଧିତ ତୈଳଦର ୧୩୯ ଡଲାର୍ ପ୍ରତି ବ୍ୟାରେଲ୍‌ରୁ ଖସି ୮୧ ଡଲାର୍ ପ୍ରତି ବ୍ୟାରେଲ୍‌ରେ ପହଞ୍ଚିଛି । ଇଲେକ୍ସନ୍ ଅଫର୍ ସରିଆସୁଛି, ଖୁବ୍‌ଶୀଘ୍ର ପେଟ୍ରୋଲ୍ ଭରିନିଅନ୍ତୁ । କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ଏହି କଟାକ୍ଷ ଦେଶରେ ତୈଳ ବିକ୍ରିକୁ ୨୦% ବୃଦ୍ଧି କରିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking