21.1 C
Bhubaneswar
Monday, November 18, 2024
Homeଦେଶ ବିଦେଶ୧.୬୫ କୋଟି ଲୋକ ମାଗଣାରେ ପାଇବେ ଏଲ୍‌ପିଜି ସିଲିଣ୍ଡର

୧.୬୫ କୋଟି ଲୋକ ମାଗଣାରେ ପାଇବେ ଏଲ୍‌ପିଜି ସିଲିଣ୍ଡର

ଲକ୍ଷ୍ନୌ : ୟୁପିରେ ଯୋଗୀ ସରକାର ଗଠନ ହେବାକୁ ଯାଉଛି । ଏଥି ସହିତ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତିକୁ ବି ପୂରା କରିବାର ସମୟ ଆସି ଯାଇଛି । ସରକାରଙ୍କ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି, ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣା ଗ୍ୟାସ୍ ସିଲିଣ୍ଡର ବିତରଣ କରିବା । ୟୁପି ସରକାରଙ୍କ ଏହି ଯୋଜନା ଅଧୀନରେ ରାଜ୍ୟବାସୀଙ୍କୁ ହୋଲି ଅବସରରେ ବଡ଼ ଉପହାର ମିଳିବାକୁ ଯାଉଛି । ସରକାର ହୋଲିରେ ମାଗଣା ଗ୍ୟାସ୍ ସିଲିଣ୍ଡର ଦେବା ପ୍ରସ୍ତୁତିରେ ଅଛନ୍ତି । ଏଥିପାଇଁ ଫୁଡ୍ ଆଣ୍ଡ ଲଜିଷ୍ଟିକ୍ ଡିପାର୍ଟମେଣ୍ଟ ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଇଛି । ଏହି ସମୟରେ ରାଜ୍ୟରେ ଉଜ୍ଜ୍ୱଳା ଯୋଜନାର ୧.୬୫ କୋଟି ଉପଭୋକ୍ତା ଅଛନ୍ତି । ଏହି ଦୃଷ୍ଟିରୁ ନିର୍ବାଚନ ପ୍ରତିଶ୍ରୁତିକୁ ପୂରା କରିବା ପାଇଁ ସରକାରଙ୍କ ଉପରେ ୩୦୦୦ କୋଟିର ଭାର ଆସିବ । ସୂଚନାଯୋଗ୍ୟ, ବିଜେପି ବିଧାନସଭା ନିର୍ବାଚନରେ ନିଜ ସଂକଳ୍ପ ପତ୍ରରେ ଉଜ୍ଜ୍ୱଳା ଯୋଜନା ଲାଭାର୍ଥୀଙ୍କୁ ହୋଲି ଏବଂ ଦୀପାବଳିରେ ମାଗଣା ସିଲିଣ୍ଡର ଦେବାକୁ ଘୋଷଣା କରିଥିଲା । ନିର୍ବାଚନରେ ବହୁମତ ହାସଲ କରିଥିବା ଦଳ ପ୍ରଥମେ ହୋଲିରେ ହିଁ ଏହାକୁ ଦେବା ପାଇଁ ପ୍ରସ୍ତୁତି ଚଳାଇଛି । ଫୁଡ୍ ଆଣ୍ଡ ଲଜିଷ୍ଟିକ୍ ଡିପାର୍ଟମେଣ୍ଟ ସୋମବାର ନିଜ ପ୍ରସ୍ତାବ ସରକାରଙ୍କୁ ପଠାଇଛି । ଏହା ଉପରେ ମୋହର ଲାଗିବା ପରେ ବିତ୍ତ ବିଭାଗ ପକ୍ଷରୁ ବଜେଟ୍ ଜାରି କରାଯିବ ଏବଂ ଜିଲାଗୁଡ଼ିକରେ ମାଗଣା ସିଲିଣ୍ଡର ବିତରଣ କରାଯିବ । ମାଗଣା ରାଶନ ଯୋଜନା ମଧ୍ୟ ବଢ଼ାଯିବ । ଏଥି ସହିତ ରାଜ୍ୟ ସରକାର ମାଗଣା ରାଶନ ଯୋଜନାକୁ ବି ବଢ଼ାଇବାକୁ ଯାଉଛନ୍ତି । ଏଥିପାଇଁ ସରକାର ଫୁଡ୍ ଆଣ୍ଡ ଲଜିଷ୍ଟିକ୍ ଡିପାର୍ଟମେଣ୍ଟଠୁ ପ୍ରସ୍ତାବ ମାଗିଛନ୍ତି । ସରକାର ଡିସେମ୍ବରରୁ ହିଁ ମାଗଣା ରାଶନ ଦେଉଛନ୍ତି । ମାର୍ଚ୍ଚ ମାସରେ ଏହାର ସମୟ ସୀମା ଶେଷ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking