ଫରିଦାବାଦ : ବାହାଘରକୁ ନେଇ ଚାରିଆଡେ ଖୁସିର ମାହୋଲ । କିନ୍ତୁ ହଠାତ୍ ଏମିତି କିଛି ଘଟିଲା, ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବାହାଘରର ସବୁ ଖୁସି କିଛି କ୍ଷଣକରେ ମଉଳିଗଲା । ଯେତେବେଳେ ବିବାହ ପରେ ପରେ ହଠାତ୍ ବର ମୋବାଇଲକୁ ନବବଧୂର ଦୁଷ୍କର୍ମ ଭିଡିଓ ଆସେ । ଆଉ ନିଜ ପତ୍ନୀଙ୍କ ଦୁଷ୍କର୍ମ ଭିଡିଓ ଦେଖିବା ପରେ ସ୍ୱାମୀ ଜଣକ ଅଧାରୁ ବାହାଘର ଭାଙ୍ଗିଦେଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଫରିଦାବାଦ ଅଞ୍ଚଳରେ ଜଣେ ଯୁବକଙ୍କ ସହିତ ଯୁବତୀଙ୍କ ବିବାହ ୬ ମାର୍ଚ୍ଚରେ ହୋଇଥିଲା । ଆଉ ବାହାଘର ଦିନ ଦୁଷ୍କର୍ମ କରିଥିବା ଯୁବକ ଜଣକ ବର ମୋବାଇଲକୁ ଏକ ଭିଡିଓ ପଠାଇଥିଲେ । ଆଉ ସେହି ଭିଡିଓରେ ବିବାହ ହେଉଥିବା ନବବଧୂଙ୍କର ଦୁଷ୍କର୍ମ ହେଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବା ପରେ ଯୁବକଙ୍କ ଜଣକ ବିବାହକୁ ଅଧାରୁ ବନ୍ଦ କରିଦେଇଥିଲେ । ଏହାକୁ ନେଇ ନବବଧୂ ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ କରିଥିବା ମହିଳାଙ୍କ ଅନୁଯାୟୀ, ଅକ୍ଟୋବର ୨୦୨୧ରେ ନିଜର ଦାଦା ଘରେ ଯୁବତୀ ଜଣକ ରହୁଥିଲେ । ସେହି ସମୟରେ ଦୁଷ୍କର୍ମକାରୀ ଏବଂ ତାଙ୍କର ଦୁଇ ବନ୍ଧୁ ଛୁରୀ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ସେହି ସମୟରେ ଏହି ଭିଡିଓକୁ ସୁଟ୍ କରାଯାଇଥିଲା ।