17.1 C
Bhubaneswar
Monday, November 18, 2024
Homeଓଡିଶାଆରମ୍ଭରୁ ଅସମ୍ଭାଳ, ୩୬ ଂ ଉପରେ ୨୦ ସହର

ଆରମ୍ଭରୁ ଅସମ୍ଭାଳ, ୩୬ ଂ ଉପରେ ୨୦ ସହର

ଭୁବନେଶ୍ୱର:  ଗ୍ରୀଷ୍ମ ପ୍ରବାହକୁ ନେଇ ସୃଷ୍ଟି ହେଲାଣି ଅସମ୍ଭାଳ ପରିସ୍ଥିତି । ମାର୍ଚ୍ଚରୁ ଆରମ୍ଭ ହେଲାଣି ମୁଣ୍ଡଫଟା ଖରା । ଆଞ୍ଚଳିକ ପାଣିପାଗର ଆକଳନ ଅନୁଯାୟୀ ୨ଦିନ ପରେ ପାରଦ ବଢ଼ି ୪୦ ଛୁଇଁବ । ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଜି ରାଜ୍ୟରେ ୨୦ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୩୮.୩ ଡିଗ୍ରୀ ଥିଲା । ଏହାବ୍ୟତୀତ ବାଲେଶ୍ୱର ୩୭, ଚାନ୍ଦବାଲି  ୩୬, କଟକ ୩୬, ଭୁବନେଶ୍ୱର ୩୬.୬, ଅନୁଗୁଳ ୩୮.୧, ବାରିପଦା ୩୭.୪, ଝାରସୁଗୁଡା ୩୮.୨, ସମ୍ବଲପୁର ୩୭.୫, ସୁନ୍ଦରଗଡ ୩୬, ହୀରାକୁଦ ୩୭.୩, ତାଳଚେର ୩୭, ଭବାନୀପାଟଣା ୩୬.୫, ଫୁଲବାଣୀ ୩୬.୧, ଟିଟିଲାଗଡ ୩୮, ମାଲକାନଗିରୀ ୩୬.୫, ସୁବର୍ଣ୍ଣପୁର ୩୭.୩, ନୟାଗଡ ୩୭.୫, ବୌଦ୍ଧ ୩୭.୫, ଭଦ୍ରକରେ ୩୬.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅପରପକ୍ଷେ ୧୫ରୁ ୧୭ ତାରିଖରେ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ରେକର୍ଡ ହେବାର ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୩୮ ରୁ ୪୧ ଡିଗ୍ରୀ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ୧୬ ତାରିଖରେ ବଲାଙ୍ଗିର ,ସୋନପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ସେହିପରି ୧୭ ତାରିଖରେ ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଏନେଇ ୟେଲୋ ୱାର୍ଣ୍ଣିଂ ବି ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking