ମାଲକାନଗିରି: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ଆନନ୍ଦ ରାଓଙ୍କ ଘର ସମେତ ମାଲକାନଗିରି, ନବରଙ୍ଗପୁର ଓ ବିଶାଖାପାଟଣାର ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନବରଙ୍ଗପୁର ବାସଭବନ ସହ ଅନ୍ୟ ୨ଟି ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି। ଏଣେ ତାଙ୍କର ମାଲକାନଗିରି କାର୍ୟ୍ୟାଳୟ, ବାସଭବନ ଏବଂ ବିଶାଖାପାଟଣାରେ ଥିବା ନିଜ ଘରେ ବି ଚଢ଼ାଉ ଜାରି ରହିଛି। ଜିଲ୍ଲା କୃଷି ଅଧିକାରୀ ଏମ୍. ଆନନ୍ଦ ରାଓଙ୍କ ନାମରେ ପୂର୍ବରୁ ଦୀର୍ଘ ଦିନ ଧରି ଆୟ ବହିର୍ଭୂତ ସମ୍ପତି ଠୁଳ ରଖିଥିବା ଅଭିଯୋଗ ହୋଇ ଆସୁଥିଲା। ଏହି ଅଭିଯୋଗ ଆଧାରରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆଜି ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି ।