28.1 C
Bhubaneswar
Monday, November 18, 2024
Homeକରୋନାଜିରୋ-କୋଭିଡ୍ ଚୀନ୍‌ରେ ବିଫଳ: ପୁଣି ଲାଗିଲା ଲକ୍‌ଡାଉନ୍‌

ଜିରୋ-କୋଭିଡ୍ ଚୀନ୍‌ରେ ବିଫଳ: ପୁଣି ଲାଗିଲା ଲକ୍‌ଡାଉନ୍‌

ବେଜିଂ: ଚୀନ୍‌କୁ କୋଭିଡ୍ ଶୂନ୍ୟ କରିବା ପାଇଁ ଚୀନ୍ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରୁଥିଲେ, ତାହା ଏବେ ବିଫଳ ହେବାକୁ ଯାଉଛି । କାହିଁକି ନା ଏବେ ଚୀନ୍‌ରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଚୀନ୍‌ର ସେନ୍‌ଜେନ୍ ସହରରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ସୋମବାର ପ୍ରାୟ ୧୭ ଲକ୍ଷ ଲୋକ ଏହି ଲକ୍‌ଡାଉନ ଜନିତ ଦୁଃଖ ଭୋଗିଛନ୍ତି । ପୁଣି ବିପଦ ଘନେଇବା ଆଶଙ୍କାରେ ଚୀନ୍ ସରକାର କେବଳ ସେନ୍‌ଜେନ୍‌ରେ ନୁହେଁ ଏହାସହ ଶାହାଙ୍ଗ ଓ ଅନ୍ୟାନ୍ୟ ସହରରେ ମଧ୍ୟ ଲକ୍‌ଡାଉନ୍ ଲଗାଇଛନ୍ତି । ସାଙ୍ଘାଇ ଏବଂ ପ୍ରମୁଖ ସହର ଗୁଡ଼ିକରେ ପ୍ରବଳ ସଂକ୍ରମଣକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ଦକ୍ଷିଣ ହଂକଂ ସହରରେ ଥିବା କାରଖାନାଗୁଡ଼ିକରେ ଦୈନିକ ମୃତ୍ୟୁହା ବଢ଼ୁଥିବା ଦେଖି ସେଠାରେ ଥିବା ସମସ୍ତ କମ୍ପାନୀ ପରିଚାଳନା ଉପରେ ରହିତାଦେଶ ଜାରି କରାଯାଇଛି । ସେନ୍‌ଝେନ୍‌ରେ ଥିବା ପ୍ରମୁଖ ଆପଲ୍ ସପ୍ଲାୟର୍ ଫାକ୍ସନ କମ୍ପାନୀ ମଧ୍ୟ ତା’ ବ୍ୟାପାର ସମ୍ବନ୍ଧୀୟ ପରିଚାଳନା ବନ୍ଦ ରଖିଛି । ଫଳରେ କମ୍ପାନୀ ଏବେ ବୃହତ୍ତର କ୍ଷତିର ସମ୍ମୁଖୀନ ହୋଇଥିବା କର୍ତ୍ତୃପକ୍ଷ ସୋମବାର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଚୀନ୍‌ର ପ୍ରମୁଖ ସହର ମଧ୍ୟରୁ ସେନ୍‌ଜେନ୍‌ରେ ଯେତେ ସବୁ କମ୍ପାନୀ ଅଛି ତାହା ଦେଶର ପ୍ରାୟ ସମସ୍ତ ଅଞ୍ଚଳକୁ ହୋମ୍ ଡେଲିଭରୀ (ଘରୋଇ ବିତରଣ) କରିଥାଏ ।
ଚୀନ୍‌ର ଜିରୋ କୋଭିଡ୍ ଆଭିମୁଖ୍ୟର ସ୍ଥିରତା ଉପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ଚିନ୍ତା ପ୍ରକଟ କରିବା ସହ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ କହିଛନ୍ତି । ତେବେ ସ୍ୱାସ୍ଥ୍ୟ ଅଧିକାରୀମାନେ ଜାତୀୟ ସ୍ତରରେ ପ୍ରାୟ ୨୩୦୦ ନୂଆ ଭାଇରସ୍ କେସ୍ ଚିହ୍ନଟ କରିଥିବା କହିବା ସହ ଦିନକୁ ୩୪୦୦ ଆକ୍ରାନ୍ତ ଚିହ୍ନଟ ହେଉଥିବା ସୂଚନା ଦେଇଛନ୍ତି । ସେନ୍‌ଝେନ୍ ସହରର ହୁଆଙ୍ଗ କିଆଙ୍ଗ ନାମକ ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ସହରାଞ୍ଚଳର ଅପେକ୍ଷା ଗ୍ରାମାଞ୍ଚଳରେ ଏହାର ଆକ୍ରାନ୍ତ ହାର ବର୍ତ୍ତମାନ କମ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking