32.1 C
Bhubaneswar
Monday, October 21, 2024
Homeଓଡିଶାପୁଲିସ୍ ନିର୍ଯାତନାରୁ ଯୁବତୀଙ୍କ ଆତ୍ମହତ୍ୟା-ଶବ ରଖି ଗାଁଲୋକଙ୍କ ରାସ୍ତା ଅବରୋଧ

ପୁଲିସ୍ ନିର୍ଯାତନାରୁ ଯୁବତୀଙ୍କ ଆତ୍ମହତ୍ୟା-ଶବ ରଖି ଗାଁଲୋକଙ୍କ ରାସ୍ତା ଅବରୋଧ

ଜଗତସିଂହପୁର: ପୁଲିସ୍ ଜୁଲମରେ ଅତିଷ୍ଠ ହୋଇ ଜଗତସିଂହପୁର ପଲ୍ଲୀ ପଞ୍ଚାୟତ ହାବେଳି ଗାଁରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ନିର୍ବାଚନ ଗଣ୍ଡଗୋଳକୁ ନେଇ ବାପା, ମା’ଙ୍କ ନାଁରେ ପୁଲିସ୍ ମାମଲା ରୁଜୁ କରିଥିବା ବେଳେ ବାରମ୍ବାର ପୁଲିସ୍ ଘରକୁ ଆସି ବାପା-ମା’ଙ୍କୁ ନିର‌୍ୟାତନା ଦେଉଥିବାରୁ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ଉତ୍ତ୍ୟକ୍ତ ଜନତା ଏବଂ ଯୁବତୀଙ୍କ ପରିବାରବର୍ଗ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି । ପୁଲିସ୍‌ର ବର୍ବରତା ଓ ନିର‌୍ୟାତନାରେ ଅତିଷ୍ଠ ହୋଇ ଯୁବତୀ ଜଣକ ଏଭଳି କାଣ୍ଡ ଭିଆଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । ବାଲିଭଉଁରୀ-ଶିଖରଘାଟ ରାସ୍ତା ଅବରୋଧ କରାଯାଇଥିବା ପୁଲିସ୍ ପହଞô୍ଚ ଲୋକଙ୍କୁ ବୁଝାସୁଝା କରୁଛି । ତେବେ ଘଟଣାକୁ ନେଇ ଅଞ୍ଚଳରେ ଦୁଃଖଦ ପରିସ୍ଥିତି ହୋଇଥିବା ବେଳେ ଯୁବତୀଙ୍କ ମା’ ପୁଲିସ୍‌କୁ ଦୋଷାରୋପ କରିଛନ୍ତି ଏବଂ ପୁଲିସ୍‌ର କତ୍ତୃତ୍ୱ ପାଇଁ ମୋ’ ଝିଅ ଆଜି ବଳିପଡ଼ିଲା ବୋଲି ଛାତି ଫଟାଇ କାନ୍ଦୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking