24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଶ୍ରୀଲଙ୍କାରେ ଘୋର ଖାଦ୍ୟ ସଙ୍କଟ

ଶ୍ରୀଲଙ୍କାରେ ଘୋର ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ରନ୍ଧନ ଗ୍ୟାସ୍‌ର ଘୋର ଅଭାବ ଦେଖା ଦେଇଛି, ଯେଉଁ କାରଣରୁ ଏକ ହଜାର ବେକରୀ ଫ୍ୟାକ୍ଟ୍ରିକୁ ବନ୍ଦ କରିବାକୁ ପଡ଼ିଛି। ଏକ ଇଣ୍ଡଷ୍ଟ୍ରୀ ଆସୋସିଏସନ ସୂଚନା ଦେଇଛି କି, ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ହେତୁ ଗ୍ୟାସ୍‌ ମିଳି ପାରୁ ନାହିଁ। ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଏତେ ଗମ୍ଭୀର ସ୍ଥିତିରେ ରହିଛି ଯେ ଏଠି ଲୋକେ ସୁନା କିଣିବାଠୁ ଅଧିକ କ୍ଷୀର କିଣିବାରେ ସମସ୍ୟା ଭୋଗୁଛନ୍ତି। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପାଖାପାଖି ଖାଲି ହୋଇ ସାରିଲାଣି, ଯେଉଁ କାରଣରୁ ଶ୍ରୀଲଙ୍କା ଭୋଜନ, ଔଷଧ ଏବଂ ଇନ୍ଧନ ସମେତ ଜରୁରୀ ସାମଗ୍ରୀଗୁଡ଼ିକୁ ବିଦେଶରୁ ଆମଦାନୀ କରି ପାରୁ ନାହିଁ। କିଛି ସହରରେ ରନ୍ଧନ ଗ୍ୟାସ୍‌ର ଅଭାବ ଯୋଗୁ ବ୍ରେଡ୍‌ର ଦାମ୍‌ ଦୁଇଗୁଣା ବଢ଼ି ପାଖାପାଖି ୧୫୦ ଶ୍ରୀଲଙ୍କା ମୁଦ୍ରା (୦.୭୫ ଡଲାର) ହୋଇ ଯାଇଛି।

ସେହିପରି ଇନ୍ଧନ ନ ଥିବା କାରଣରୁ ଅନେକ ପାଓ୍ଵାର ପ୍ଲାଣ୍ଟସ୍‌କୁ ବନ୍ଦ କରିବାକୁ ପଡ଼ିଛି। ଲୋକମାନେ ଆବଶ୍ୟକ ସମୟରେ ବିଜୁଳି କାଟ୍‌ର ସାମ୍ନା କରୁଛନ୍ତି। ଦିନରେ ୭ରୁ ଅଧିକ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ବନ୍ଦ ରହୁଛି। ସେପଟେ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଉଥିବାରୁ ଶ୍ରୀଲଙ୍କା ମୁଦ୍ରା ମୂଲ୍ୟ ମଧ୍ୟ ହ୍ରାସ ପାଉଛି। ଆମଦାନୀ ମହଙ୍ଗା ହେବାରେ ଲାଗିଛି। ଏହି ସ୍ଥିତିରେ ଭାରତ ମଧ୍ୟ ନିଜ ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ୯୦ କୋଟି ଡଲାରରୁ ଅଧିକ କରଜ ଦେବାକୁ ଘୋଷଣା କରିଥିଲା, ଯଦ୍ଦ୍ଵାରା ଦେଶକୁ ବୈଦେଶିକ ମୁଦ୍ରା ଭଣ୍ଡାର ବଢ଼ାଇବା ଏବଂ ଖାଦ୍ୟ ଆମଦାନୀରେ ସହାୟତା ମିଳି ପାରିବ। ତେବେ ଶ୍ରୀଲଙ୍କାର ଏଭଳି ପରିସ୍ଥିତି ପାଇଁ ବିଦେଶୀ କରଜ ଖାସ୍‌ କରି ଚୀନରୁ ନିଆଯାଇଥିବା କରଜ ଦାୟୀ। ଶ୍ରୀଲଙ୍କା ଉପରେ ଚୀନଠୁ ୫ ବିଲିୟନ ଡଲାରରୁ ଅଧିକ କରଜ ବୋଝ ରହିଛି। ଆଗାମୀ ୧୨ ମାସରେ ଦେଶକୁ ଘରୋଇ ଏବଂ ବୈଦେଶିକ ଋଣ ସୁଝିବା ପାଇଁ ପାଖାପାଖି ୭.୩ ବିଲିୟନ ଡଲାରର ଆବଶ୍ୟକ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking