23.1 C
Bhubaneswar
Saturday, October 19, 2024
Homeଅପରାଧପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ : ସ୍ତ୍ରୀକୁ ମାଡ଼ ମାରି ଜିଅନ୍ତା ଗାତରେ ପୋତି ପକାଇଲା

ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ : ସ୍ତ୍ରୀକୁ ମାଡ଼ ମାରି ଜିଅନ୍ତା ଗାତରେ ପୋତି ପକାଇଲା

ଢେଙ୍କାନାଳ : ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ସହ ଜିଅନ୍ତା ଗାତରେ ପୋତି ପକାଇଲା ସ୍ୱାମୀ। ଏ ଭଳି ଲୋମଟାଙ୍କୁରା ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶୀତଳବସା ଗାଁରେ ଦେଖିବାକୁ ମିଳିଛି। ଗାଁର ରଞ୍ଜନ ସାହୁ ନିଜ ୨୩ ବର୍ଷୀୟା ସ୍ତ୍ରୀ ସୁକାନ୍ତି ସାହୁଙ୍କୁ ମାଡ଼ ମାରିବା ସହ ଲହୁଲୁହାଣ କରି ଜିଅନ୍ତା ଗାତରେ ପୋତି ପକାଇ ଦେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁକାନ୍ତିଙ୍କୁ ତାଙ୍କ ପରିବାର ଲୋକେ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି।

ସୂଚନା ଅନୁଯାୟୀ, ଶୀତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି ସେହି ଗାଁର ରଞ୍ଜନ ସାହୁଙ୍କୁ ପ୍ରାୟ ଦୁଇ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଯୌତୁକଜନିତ ସମସ୍ୟାକୁ ନେଇ ବାରମ୍ବାର କଳହ ଲାଗି ରହିଥିଲା। ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ସମାଧାନ ମଧ୍ୟ ହୋଇଥିଲା। ତେବେ ଆଜି ପୁଣି ଏହି ସ୍ୱାମୀ ସ୍ତ୍ରୀଙ୍କ କଳହ ଉଗ୍ରରୂପ ଧାରଣ କରିଥିଲା। ଯାହାକୁ ନେଇ ସ୍ୱାମୀ ରଞ୍ଜନ ସ୍ତ୍ରୀ ସୁକାନ୍ତିଙ୍କୁ ଲହୁଲୁହାଣ କରି ଘର ବାଡ଼ିରେ ଥିବା ଏକ ଗାତରେ ପକାଇ ଦେଇଥିଲା । ଖବର ପାଇ ସୁକାନ୍ତିଙ୍କ ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଏ ନେଇ ଥାନାରେ ଅଭିଯୋଗ ପରେ କାମାକ୍ଷାନଗର ପୁଲିସ ମେଡ଼ିକାଲରେ ପହଞ୍ଚି ସୁକାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରିବୁଝିବା ସହ ଘଟଣାଟିକୁ ଗୁରୁତର ସହ ନେଇ ଅଧିକ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking