32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ

ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ

ନୂଆଦିଲ୍ଲୀ : ସଂସଦର ବଜେଟ୍‍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ । ଏହି ଅଧିବେଶନ ଏପ୍ରିଲ୍‍ ୮ ତାରିଖରେ ଶେଷ ହେବ । ଅଧିବେଶନ କାଳରେ ୧୯ ଥର ବୈଠକ ବସିବ। ସଂସଦର ଏହି ଅଧିବେଶନ ସ୍ୱାଭାବିକ କାର୍ଯ୍ୟସୂଚୀ ଅନୁଯାୟୀ ଆରମ୍ଭ ହେବ। ଲୋକସଭା ଓ ରାଜ୍ୟସଭାର ଅଧିବେଶନ ଦିନ ୧୧ ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ଦେଶରେ କୋଭିଡ୍‍ ସଂକ୍ରମଣ ହ୍ରାସ ପାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କରୋନାର ତୃତୀୟ ଲହର କାଳରେ ଉଭୟ ଗୃହର ପ୍ରଥମ ପର୍ଯ୍ୟାୟ ବୈଠକ ବିଭିନ୍ନ ସିଫ୍ଟ ଅନୁସାରେ ହେଉଥିଲା । ବଜେଟ୍‍ ଅଧିବେଶନର ଏହି ଦ୍ୱିତୀୟ ପର୍ଯ୍ୟାୟରେ ଉଭୟ ଗୃହର ଚାମ୍ବର ଓ ଗ୍ୟାଲେରୀ ଗୁଡ଼ିକୁ ପୂର୍ବଭଳି ବ୍ୟବହାର କରାଯିବ।ଏଥର ରାଜ୍ୟସଭାରେ ପୂର୍ବଥର ଅପେକ୍ଷା ଅଧିକ ୧୯ ଘଣ୍ଟା କାର୍ଯ୍ୟକାଳ ରହିବ।

ମାସେ ବ୍ୟାପୀ ଅବସର ପରେ ସଂସଦର ବଜେଟ୍‍ ଅଧିବେଶନ ପୁଣି ଆରମ୍ଭ ହେଉଛି। ଅବସର ସମୟରେ ସଂସଦୀୟ ସ୍ଥାୟୀ କମିଟି ସମ୍ପର୍କିତ ବିଭାଗ ଓ ମନ୍ତ୍ରଣାଳୟ ଗୁଡ଼ିକର ଖର୍ଚ୍ଚ ଦାବୀ ଉପରେ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ରାଜସଭା ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ ରାଜ୍ୟସଭାର ୮ଟି ସ୍ଥାୟୀ କମିଟି କାର୍ଯ୍ୟ ସଂକ୍ରାନ୍ତରେ ଆଜି ବିବୃତ୍ତି ଦେବେ। ଏହି ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‍ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‍ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି । ୨୦୨୨ ଅର୍ଥବିଲ୍‍, ପ୍ରତିଯୋଗିତା ସଂଶୋଧନ ବିଲ୍‍, ପେନ୍‍ସନ୍‍ ପାଣ୍ଠି ନିୟନ୍ତ୍ରକ ଓ ଉନ୍ନୟନ କର୍ତ୍ତୃପକ୍ଷ ସଂଶୋଧନ ବିଲ୍‍, ଜାତୀୟ ଦନ୍ତ ଆୟୋଗ ବିଲ୍‍, ଶକ୍ତି ସଂରକ୍ଷଣ ସଂଶୋଧନ ବିଲ୍‍-୨୦୨୨ ଆଦି ବିଲ୍‍ଗୁଡ଼ିକ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି ।

ସୂଚନାଯୋଗ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ଜାନୀୟାରୀ ୩୧ ତାରିଖରୁ ସଂସଦର ବଜେଟ୍‍ ଅଧିବେଶନ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୧ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଏହି ସମୟରେ ୧୦ ଥର ଅଧିବେଶନ ବସିଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଏବଂ ୨୦୨୨-୨୩ କେନ୍ଦ୍ର ବଜେଟ୍‍ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ଏହି ସମୟରେ ରାଜ୍ୟସଭାର କାର୍ଯ୍ୟ (ଉତ୍ପାଦକତା) ଶତକଡ଼ା ୧୦୧ ଭାଗରୁ ଅଧିକ ରହିଥିଲାବେଳେ ଲୋକସଭାର କାର୍ଯ୍ୟ (ଉତ୍ପାଦକତା) ଶତକଡ଼ା ୧୨୧ ଭାଗ ରହିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking