28.1 C
Bhubaneswar
Friday, October 18, 2024
Homeଓଡିଶାବିଜେଡିର ହିଂସାତ୍ମକ ଆଚରଣ ଆଜି ଓଡିଶାକୁ ଲଜ୍ଜିତ କରିଛି : ଡ.ସମ୍ବିତ ପାତ୍ର

ବିଜେଡିର ହିଂସାତ୍ମକ ଆଚରଣ ଆଜି ଓଡିଶାକୁ ଲଜ୍ଜିତ କରିଛି : ଡ.ସମ୍ବିତ ପାତ୍ର

ରାଜନୈତିକ ହିଂସାକାଣ୍ଡକୁ ନେଇ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

 ସଦ୍ୟ ସମାପ୍ତ ୪ଟି ରାଜ୍ୟରେ ନିର୍ବାଚନ ପରବର୍ତୀ ହିଂସା ଘଟିନାହିଁ ବା ବିଜେପି କାର୍ଯ୍ୟକର୍ତା ହିଂସାକାଣ୍ଡ ଭିଆଇ ନାହାନ୍ତି
 ବିଜେପିର ଜୟ ସୁନିଶ୍ଚିତ ହୋଇଥିବା କାରଣରୁ ଫ୍ରଷ୍ଟେସନ ହୋଇ ବିଧାୟକ ଶ୍ରୀ ଜଗଦ୍ଦେବ ପୁଣି ଥରେ ଅତ୍ୟନ୍ତ ଅମାନବୀୟ ଘଟଣା ଭିଆଇଛନ୍ତି
 ବ୍ଲକ ନିର୍ବାଚନ ହାରିବା ଭୟରେ ନିର୍ବାଚନକୁ ବନ୍ଦ କରିବାର ଷଡଯନ୍ତ୍ର ରଚି ବିଧାୟକଙ୍କ ଏଭଳି ହୀନ କାର୍ଯ୍ୟକୁ ବିଜେଡି ପ୍ରଶୟ ଦେଇଛି । ଏହି ଅମାନୁଷିକ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ କରାଯାଇଛି
 ଅଭ୍ୟାସଗତ ବିଶୃଙ୍ଖଳାକାରୀ ତଥା ବାହୁବଳୀ ବିଧାୟକ ଜଗଦ୍ଦେବଙ୍କ ପ୍ରତି କାହିଁକି ଅତୀତରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ?
 ବିଶୃଙ୍ଖଳାକାରୀ ତଥା ଦବଙ୍ଗ ବିଧାୟକଙ୍କୁ ନିଲମ୍ବନ କରି କେବଳ ନାଟକ କରୁଥିଲା ବିଜେଡି
 ନିଲମ୍ବିତ ହେବା ପରେ କିପରି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଏବଂ ଦଳୀୟ ବୈଠକରେ ଯୋଗ ଦେଉଥିଲେ ?
 ପଶ୍ଚିମବଙ୍ଗ ନିର୍ବାଚନ ପରେ ପ୍ରତିଶୋଧ ପରାୟଣ ହୋଇ ଶାସକ ତୃଣମୁଳ ସରକାର ଯେମିତି ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ କରୁଛି, ଓଡିଶାରେ ମଧ୍ୟ ଶାସକ ବିଜେଡି ସେହି ପନ୍ଥା ଆପଣାଇଛି
 ରାଜ୍ୟ ପ୍ରଶାସନ ଏଭଳି ହିଂସାକାଣ୍ଡକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରନ୍ତୁ
ଭୁବନେଶ୍ୱର, : ନିର୍ବାଚନ ହେଉଛି ଗଣତନ୍ତ୍ରର ଗୋଟିଏ ପ୍ରମୁଖ ଅଂଶ ଏବଂ ଜୟ ପରାଜୟ ନିର୍ବାଚନର ଗୋଟିଏ ଅଂଶ । ୪ଟି ରାଜ୍ୟରେ ନିର୍ବାଚନ ସମାପ୍ତ ହୋଇଛି ଏବଂ ଭାରତୀୟ ଜନତା ପାର୍ଟି ସମସ୍ତ ରାଜ୍ୟରେ ଜୟଲାଭ କରିଛି । କୈାଣସି ଗୋଟିଏ ରାଜ୍ୟରେ ନିର୍ବାଚନ ପରବର୍ତୀ ହିଂସା ଘଟିନାହିଁ ବା ବିଜେପି କାର୍ଯ୍ୟକର୍ତା ହିଂସାକାଣ୍ଡ ଭିଆଇ ନାହାନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦେଶ ହେଉଛି ଓଡିଶା । ଶାନ୍ତ, ବିନମ୍ରତା ହେଉଛି ଓଡିଆଙ୍କ ସ୍ୱତନ୍ତ୍ର ପରିଚୟ । କିନ୍ତୁ ଶାସକ ବିଜେଡିର ହିଂସାତ୍ମକ ଆଚରଣ ଆଜି ଓଡିଶାବାସୀଙ୍କୁ ଭୟଭୀତ କରିବା ସହିତ ସମଗ୍ର ଓଡିଶାକୁ ଲଜ୍ଜିତ କରିଛି ଏବଂ ଏହି କାରଣରୁ ଓଡିଶାର ଛବି ମଳିନ ପଡିଛି । ପଡୋଶୀ ପଶ୍ଚିମବଙ୍ଗ ନିର୍ବାଚନ ପରେ ପ୍ରତିଶୋଧ ପରାୟଣ ହୋଇ ଶାସକ ତୃଣମୁଳ ସରକାର ଯେମିତି ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ କରୁଛି, ଓଡିଶାରେ ମଧ୍ୟ ଶାସକ ବିଜେଡି ସେହି ପନ୍ଥା ଆପଣାଇଛି ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମମ୍ମିଳନୀରେ ଡ.ପାତ୍ର କହିଛନ୍ତି ଯେ, ଗତ କାଲି ଚିଲିକା ବିଧାନସଭା ଅନ୍ତର୍ଗତ ବାଣପୁରଠାରେ ବିଜେଡି ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ ମଦ ପିଇ ଗାଡି ଚଲାଇବା ସହିତ ବିଜେପି କର୍ମୀଙ୍କୁ ମାରିବାକୁ ଉଦ୍ୟମ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ପଂଚାୟତ ନିର୍ବାଚନ ପରେ ଗତ କାଲି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଲୋକଙ୍କ ବିଶ୍ୱାସ ହାସଲ କରି ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀମାନେ ବିପୁଳ ସଂଖ୍ୟାରେ ଜୟଲାଭ କରିଥିଲେ । ବିଜେପିର ଜୟ ସୁନିଶ୍ଚିତ ହୋଇଥିବା କାରଣରୁ ଫ୍ରଷ୍ଟେସନ ହୋଇ ବିଧାୟକ ଶ୍ରୀ ଜଗଦ୍ଦେବ ପୁଣି ଥରେ ଅତ୍ୟନ୍ତ ଅମାନବୀୟ ଘଟଣା ଭିଆଇଛନ୍ତି । ବିଧାୟକଙ୍କ ଏଭଳି ନାରକୀୟ କାଣ୍ଡ କାରଣରୁ ବହୁ ସଂଖ୍ୟାରେ ମହିଳାଙ୍କ ସମେତ ଅନ୍ୟମାନେ ଅଳ୍ପକେ ରକ୍ଷା ପାଇ ବର୍ତମାନ ଭୁବନେଶ୍ୱରେ ଚିକିତ୍ସିତ ହେଉଛନ୍ତି । ବ୍ଲକ ନିର୍ବାଚନ ହାରିବା ଭୟରେ ନିର୍ବାଚନକୁ ବନ୍ଦ କରିବାର ଷଡଯନ୍ତ୍ର ରଚି ବିଧାୟକଙ୍କ ଏଭଳି ହୀନ କାର୍ଯ୍ୟକୁ ବିଜେଡି ପ୍ରଶୟ ଦେଇଛି । ଏହି ଅମାନୁଷିକ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ କରାଯାଇଛି ବୋଲି ଡ.ପାତ୍ର କହିଛନ୍ତି ।
ଅତୀତରେ ମନୋମୁଣ୍ଡଠାରେ ବିଜେପି କର୍ମୀଙ୍କୁ ମାଡ ମାରି ଲହୁଲୁହାଣ କରିବା, ବେଗୁନିଆରେ କାର୍ଯ୍ୟରତ ମହିଳା ତହସିଲଦାରଙ୍କୁ ଅଶ୍ରଭ୍ୟ ଗାଳି ଦେବା, ବାଲୁଗାଁରେ ବିଜେପି ମଣ୍ଡଳ ସଭାପତି ତଥା ଜଣେ ଦଳିତ ଯୁବକଙ୍କୁ ମାଡ ମାରିବା ଆଦି ଘଟଣାରେ ରାଜ୍ୟ ସରକାର କୋହଳ ମନୋଭାବ ପ୍ରଦର୍ଶନ କରିଥିଲେ । ଅଭ୍ୟାସଗତ ବିଶୃଙ୍ଖଳାକାରୀ ତଥା ବାହୁବଳୀ ବିଧାୟକ ଜଗଦ୍ଦେବଙ୍କ ପ୍ରତି କାହିଁକି ଅତୀତରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି ଡ.ପାତ୍ର ପ୍ରଶ୍ନ କରିଛନ୍ତି ।
ବିଶୃଙ୍ଖଳାକାରୀ ତଥା ଦବଙ୍ଗ ବିଧାୟକଙ୍କୁ ନିଲମ୍ବନ କରି କେବଳ ନାଟକ କରୁଥିଲା ବିଜେଡି । ନିଲମ୍ବିତ ହେବା ପରେ ବିଧାୟକ ଶ୍ରୀ ଜଗଦ୍ଦେବ କିପରି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଏବଂ ଦଳୀୟ ବୈଠକରେ ଯୋଗ ଦେଉଥିଲେ ? ଏପରିକି ଚଳିତ ପଂଚାୟତ ନିର୍ବାଚନରେ ସକ୍ରିୟ ଭାବେ ଦଳୀୟ କାର୍ଯ୍ୟରେ ସାମିଲ ହେଉଥିଲେ ? ବିଧାୟକ ଜଗଦ୍ଦେବଙ୍କ ହିଂସା ଗଣତନ୍ତ୍ର ପ୍ରତି କୁଠାରଘାତ ଏବଂ ଏଭଳି ହିଂସାକୁ ଆଦୈା ସମର୍ଥନ କରିବା ଅନୁଚିତ୍ । ତାଙ୍କୁ ତୁରନ୍ତ ବହିଷ୍କାର କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ.ପାତ୍ର ଦାବୀ କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ ଓ ଠାକୁର ରଣଜିତ ଦାସ ପ୍ରମୁଖ ଆଜି ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲରେ ଗତ କାଲି ବାଣପୁର ଘଟଣାରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା କାର୍ଯ୍ୟକର୍ତାଙ୍କୁ ଭେଟିବା ସହ ଡାକ୍ତରଖାନା କତୃପକ୍ଷଙ୍କ ସହ ଚିକିତ୍ସା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ବିରଂଚି ନାରାୟାଣ ତ୍ରିପାଠୀ ଓ ଠାକୁର ରଣଜିତ ଦାସ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking