28.1 C
Bhubaneswar
Friday, October 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ୍ ସେନାର ଗୁଳିରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ

ରୁଷ୍ ସେନାର ଗୁଳିରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୧୮ଦିନ ହେଲାଣି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ପ୍ରଥମେ ସେନା, ପରେ ସାଧାରଣ ନାଗରିକ ଏବଂ ଏବେ ଅନ୍ୟ ଦେଶର ସାମ୍ବାଦିକଙ୍କୁ ବି ଟାର୍ଗେଟ କରୁଛି ରୁଷ। ଆଜି ରୁଷ ସେନାର ଗୁଳିରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହା ସହ ଅନ୍ୟ ଜଣେ ଆମେରିକୀୟ ସାମ୍ବାଦିକ ଗୁରୁତର ଆହତ ହୋଇଥିବା ନେଇ ସୂଚନା ଦେଇଛି ଗଣମାଧ୍ୟମ ସଂସ୍ଥା ଏଏଫପି ରିପୋର୍ଟସ । ଏଏଫପି ରିପୋର୍ଟସ ଅନୁଯାୟୀ ଗୋଟେ କାରରେ ଏଏଫପିର ଜଣେ ସାମ୍ବାଦିକ ଏବଂ ଦୁଇ ଜଣ ଆମେରିକୀୟ ସାମ୍ବାଦିକ ଥିଲେ। ଏହି ସମୟରେ ରୁଷ ସେନା କାର୍ ଉପରକୁ ଗୁଳି ବର୍ଷା କରିଥିଲେ।

ଏଥିରେ ଜଣେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ଏବଂ ଦୁଇ ଜଣ ଆହତ ହୋଇଛନ୍ତି। ମୃତ ସାମ୍ବାଦିକଙ୍କ ନାଁ ବ୍ରେଣ୍ଟ ରିନାଉଡ ବୋଲି ଜଣାପଡ଼ିଛି। ତେବେ ଆଜି ପୋଲାଣ୍ଡ୍‌ ସୀମାନ୍ତବର୍ତ୍ତୀ ୟୁକ୍ରେନ୍‌ର ପଶ୍ଚିମାଞ୍ଚଳ ନଗରୀ ଲିଭିଭ୍ ବାହାରେ ଥିବା ଏକ ସାମରିକ ପ୍ରଶିକ୍ଷଣ କେନ୍ଦ୍ରରେ ରୁଷୀୟ ସେନା ଏକାଧିକ କ୍ଷେପଣାସ୍ତ୍ର ନି‌କ୍ଷେପ କରିଥିଲା। ‘ଫେସ୍‌ବୁକ୍‌ ପେଜ୍‌’ରେ ଲିଭିଭ୍‌ ଆଞ୍ଚଳିକ ପ୍ରଶାସନର ମୁଖ୍ୟ ମ୍ୟାକ୍ସିମ୍‌ କୋଜିତ୍‌ସ୍କି କହିଥିଲେ ଯେ, ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ପିସ୍‌କିପିଙ୍ଗ୍‌ ଆଣ୍ଡ୍‌ ସିକ୍ୟୁରିଟି’ ଉପରେ ରୁଷୀୟ ବିମାନ ଆକ୍ରମଣ କରିଛି। ଲିଭିଭ୍‌ର ଉତ୍ତରପଶ୍ଚିମକୁ ପ୍ରାୟ ୪୦ କିଲୋମିଟର୍‌ ଦୂରରେ ଲିଭିଭ୍‌ ଓବ୍ଲାଷ୍ଟ୍‌ରେ ଅବସ୍ଥିତ ଉପରୋକ୍ତ ସାମରିକ ଘାଟି ଉପରକୁ ୮ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବାରୁ ଏହି ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୫୭ଜଣ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking