34.1 C
Bhubaneswar
Friday, October 18, 2024
Homeଅପରାଧୟୁଟ୍ୟୁବରୁ ବୋମା ତିଆରି କରିବା ଶିଖି ସାଙ୍ଗକୁ ହତ୍ୟା କରିବାର ଷଡଯନ୍ତ୍ର ରଚିଥିଲା ଯୁବକ, ତା’ପରେ...

ୟୁଟ୍ୟୁବରୁ ବୋମା ତିଆରି କରିବା ଶିଖି ସାଙ୍ଗକୁ ହତ୍ୟା କରିବାର ଷଡଯନ୍ତ୍ର ରଚିଥିଲା ଯୁବକ, ତା’ପରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ନୋଏଡା: ନୋଏଡାରେ କିଛି ଦିନ ପୂର୍ବରୁ ପନିପରିବା କିଣୁଥିବା ଜଣେ ଯୁବକ ତାଙ୍କ ପିଠିରେ ପକାଇଥିବା ବ୍ୟାଗରୁ ହଠାତ୍ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ବିସ୍ଫୋରଣରେ ଉକ୍ତ ଯୁବକ ଗୁରୁତର ଆହତ ବି ହୋଇଥିଲା। ଏହି ଘଟଣାର ତଦନ୍ତ କରି ନୋଏଡା ପୁଲିସ ଯୁବକର ବନ୍ଧୁକୁ ଗିରଫ କରିଛି। ଚାକିରିକୁ ନେଇ ଦୁଇସାଙ୍ଗଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସେଥିପାଇଁ ଅଭିଯୁକ୍ତ ଯୁବକ ତାର ବନ୍ଧୁକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲା।

ଅଭିଯୁକ୍ତ ଯୁବକ ୟୁଟ୍ୟୁବରୁ ସାଙ୍ଗକୁ କେମିତି ହତ୍ୟା କରାଯିବା ତାହା ସର୍ଚ୍ଚ କରିଥିଲା। ଏଥିରୁ ସେ ଦେଶୀ ବୋମା କିପରି ତିଆରି କରାଯାଏ ତାହା ଶିଖିଥିଲା। ପୁଲିସର ହେପାଜତରେ ଥିବା ଅଭିଯୁକ୍ତ ହରଦୋଇ ବାସିନ୍ଦା ରାମ ସେବକ ତାର ବନ୍ଧୁକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲା। ଏଥିପାଇଁ ସେ ୟୁଟ୍ୟୁବରେ ଏକ ଭିଡିଓ ଦେଖି ଦେଶୀ ବୋମା ତିଆରି କରିଥିଲା।

ବୋମା ତିଆରି ହୋଇଗଲା ପରେ ତାହାକୁ ନିଜ ବ୍ୟାଗରେ ରଖି ବହଲୋଲପୁର ପୁସ୍ତା ରୋଡରେ ପହଞ୍ଚିଥିଲା। ସେଠାର ତାର ବନ୍ଧୁ କପିଲ ପନିପରିବା କିଣୁଥିଲା। ଏହାପରେ ରାମ ସୁ‌ବେକ କିଛି ସମୟ ପାଇଁ କପିଲକୁ ବ୍ୟାଗ ଧରିବା ପାଇଁ କହି ସେଠାରୁ ଚାଲିଯାଇଥିଲା। କିଛିସମୟ ପରେ ଏହି ବ୍ୟାଗ ଭିତରୁ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ କପିଲ ଗୁରୁତର ଆହତ ହୋଇଥିଲା। ଏହି ଘଟଣାର ତଦନ୍ତ କରି ସେକ୍ଟର -୬୩ ପୁଲିସ ଅଭିଯୁକ୍ତ ରାମ ସୁବେକକୁ ଗତ ଶନିବାର ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking