20.1 C
Bhubaneswar
Monday, November 18, 2024
Homeଓଡିଶାଖରାଦିନେ ତରଭୁଜର ଆସର

ଖରାଦିନେ ତରଭୁଜର ଆସର

ଭୁବନେଶ୍ୱର : ଦିନକୁ ଦିନ ଗ୍ରୀଷ୍ମର ପ୍ରବାହ ବଢିବାରେ ଲାଗିଛି । ରୁଦ୍ର ଦାଉରୁ ଆଶ୍ବସ୍ଥି ପାଇବା ପାଇଁ ଖରାଦିନେ ବାଟୋଇଙ୍କ ଥଣ୍ଡାଜାତୀୟ ଖାଦ୍ୟ ପ୍ରଥମ ପସନ୍ଦ ହୋଇଥାଏ । ଆଉ ସେଥିମଧ୍ୟରୁ ତରଭୁଜ ଅନ୍ୟତମ । ଗରମରେ ତରଭୁଜ ଖଣ୍ଡେ ଖାଇଦେଲେ ଭୋକ ଶୋଷ ସବୁ ମେଣ୍ଟିଯାଏ । ଏଥିପାଇଁ ବର୍ତ୍ତମାନ ଖରା ବଢିବା ସାଙ୍ଗକୁ ବଢୁଛି ଦେଶୀ ତରଭୁଜର ଚାହିଦା ।
ଆଜିକାଲିର କେମିକାଲ କୋଲ୍ଡ୍ ଡ୍ରିଙ୍କ୍ସ ଠୁ ବେଶ ଭଲ ତରଭୁଜ । ଖରାଦିନିଆ ହେଲ୍‌ଦି ଫୁଡ୍ ସହ ପାନୀୟ ଭାବେ ସମସ୍ତଙ୍କ ପ୍ରଥମ ପସନ୍ଦ ହୋଇଥାଏ ତରଭୁଜ ।
ସେଥିପାଇଁ ସବୁଠି ଏବେ ତରଭୁଜ ର ଚାହିଦା।ଯେତେ ଖରା ବଢିଛୁ ସେତେ ଅଧିକ ବେପାର I ଦୋକାନ ଆଗରେ ଗାଡି ଲାଗୁଛି I ତରଭୁଜର ମୁଲଚାଲ କରାଯାଉଛି । ଲୋକେ ବି ତରଭୁଜ ଖାଇବାର ମଜା ବି ନେଉଛନ୍ତି I

କରୋନା ପାଇଁ ଗତବର୍ଷ ବ୍ୟବସାୟ ମାନ୍ଦା ରହି ଥିବାବେଳେ ଏବେ ଖରା ବଢିବାରୁ ଏହାର ଚାହିଦା ମଧ୍ୟ ବଢିଯାଇଛି । 2 ବର୍ଷ ହେଲାଣି ମହାମାରୀ ଯୋଗୁ ଏହି ଚାଷ ଏକ ରକମ ବନ୍ଦ ହୋଇଯାଇଥିଲା I ଏଥର ବହୁ ପରିମାଣର ତରଭୁଜ ଅମଳ ହେଇଥିବାରୁ ଏକ ପ୍ରକାର ବ୍ୟବସାୟୀ ମାନେ ଆଶା ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking