23.1 C
Bhubaneswar
Friday, November 22, 2024
Homeଖେଳମିତାଲି ଓ ଝୁଲନ୍‌ଙ୍କ ରେକର୍ଡ

ମିତାଲି ଓ ଝୁଲନ୍‌ଙ୍କ ରେକର୍ଡ

ହାମିଲ୍‌ଟନ୍‌: ଚଳିତ ବିଶ୍ୱକପ୍‌ର ଶନିବାର ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ଦୁଇ ଭେଟେରାନ୍ ଖେଳାଳି କ୍ୟାପ୍‌ଟେନ୍ ମିତାଲି ରାଜ୍ ଓ ପେସର୍ ଝୁଲନ୍ ଗୋସ୍ୱାମୀ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ମିତାଲି ବିଶ୍ୱକପ୍‌ର ସର୍ବାଧିକ ମ୍ୟାଚ୍‌ରେ ନେତୃତ୍ୱ ନେବାରେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର୍ ହୋଇଛନ୍ତି । ସେ ମୋଟ ୨୪ଟି ବିଶ୍ୱକପ୍ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଥିବା ବେଳେ ଶନିବାର ଅଷ୍ଟ୍ରେଲିଆର ବେଲିଣ୍ଡା କ୍ଲାର୍କଙ୍କ ରେକର୍ଡ (୨୩ ମ୍ୟାଚ୍‌) ଭଙ୍ଗ କରିଛନ୍ତି ।

ସେହିପରି ଗତ ରବିବାର ମିତାଲି ଛଅଟି ବିଶ୍ୱକପ୍ ଖେଳିବାରେ ପ୍ରଥମ ମହିଳା ଏବଂ ସଚିନ୍ ତେନ୍ଦୁଲକର ଓ ଜାଭେଦ୍ ମିଆଁଦାଦ୍‌ଙ୍କ ପରେ ତୃତୀୟ କ୍ରିକେଟର୍ ହେବାର ଗୌରବ ଲାଭ କରିଥିଲେ । ଅନ୍ୟପକ୍ଷରେ ଚକ୍‌ଦା ଏକ୍ସପ୍ରେସ ନାମରେ ପ୍ରସିଦ୍ଧ ୩୯ ବର୍ଷୀୟା ଝୁଲନ୍ ଶନିବାର ଆଇସିସି ମହିଳା ବିଶ୍ୱକପ୍ ଇତିହାସରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର୍ ହୋଇଛନ୍ତି ।

ସେ ଅଷ୍ଟ୍ରେଲିଆର ଲିନେଟ୍ ଆନ୍ ଫୁଲ୍‌ଷ୍ଟନ୍‌ଙ୍କ ସର୍ବାଧିକ ୩୯ ୱିକେଟ୍ ରେକର୍ଡ ଭଙ୍ଗ କରିଛନ୍ତି । ଶନିବାର ୱେଷ୍ଟଇଣ୍ଡିଜ୍‌ର ଅନିସା ମହମ୍ମଦୁଙ୍କୁ ଆଉଟ୍ କରିବା ପରେ ସେ ଏହି ଉପଲବ୍ଧି ହାସଲ କରିଥିଲେ ଏବଂ ତାଙ୍କ ୱିକେଟ୍ ସଂଖ୍ୟା ୪୦ରେ ପହଞ୍ଚିଥିଲା । ଫୁଲ୍‌ଷ୍ଟନ୍ ୨୦ ମ୍ୟାଚ୍‌ରୁ ୩୯ ୱିକେଟ୍ ଅକ୍ତିଆର କରିଥିବା ବେଳେ ଝୁଲନ୍ ୪୦ ୱିକେଟ୍ ହାସଲ ପାଇଁ ୩୧ ମ୍ୟାଚ୍‌ର ସହାୟତା ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking