19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶସଂସଦୀୟ ବଜେଟ୍‌ରେ ବିଜେପିକୁ ଘେରିବାକୁ ବିରୋଧୀ କଂଗ୍ରେସର ବୈଠକ: ୪ ରାଜ୍ୟରେ ପରାଜୟର କାରଣ ଖୋଜୁଛି...

ସଂସଦୀୟ ବଜେଟ୍‌ରେ ବିଜେପିକୁ ଘେରିବାକୁ ବିରୋଧୀ କଂଗ୍ରେସର ବୈଠକ: ୪ ରାଜ୍ୟରେ ପରାଜୟର କାରଣ ଖୋଜୁଛି କଂଗ୍ରେସ

ନୂଆଦିଲ୍ଲୀ: ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏବେ ବିଜେପିକୁ ସଂସଦୀୟ ବଜେଟ୍ ଅଧିବେଶରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଘେରିବାକୁ କଂଗ୍ରେସର ସଂସଦୀୟ ଦଳର ବୈଠକ ଶେଷ ହୋଇଛି । ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗ, ଆନନ୍ଦ ଶର୍ମା ଓ କେ ସୁରେଶଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାଙ୍କୁ ନେଇ ଏହି ବୈଠକ ହୋଇଥିଲା । ବୈଠକରେ ନିର୍ବାଚନ ପରାଜୟର ସମୀକ୍ଷା କରାଯିବା ସହ ଦଳର ଉନ୍ନତି ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା । ଏହାସହ ନିର୍ଦ୍ଦାରିତ ସମୟ ପୂର୍ବରୁ ନୂତନ ରାଷ୍ଟ୍ରପତି ଚୟନକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । କଂଗ୍ରେସ ନେତା ମଲ୍ଲିକାର୍ଜୁନ କହିଛନ୍ତି ଯେ, ଆସନ୍ତା ସଂସଦୀୟ ଅଧିବେଶନରେ ୟୁକ୍ରେନ୍‌ରୁ ଫେରୁଥିବା ଡାକ୍ତର ଛାତ୍ରଛାତ୍ରୀଙ୍କ ପାଇଁ ମୁଦ୍ରାସ୍ପିତୀ, ବେକାରୀ ଓ ଏମ୍‌ଏସ୍‌ପି ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରାଯିବ ।
୫ ରାଜ୍ୟ ମଧ୍ୟରୁ ୟୁପିକୁ ଛାଡ଼ି ଅନ୍ୟ ୪ ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଯେଉଁ ଆଶା ରହିଥିଲା, ତାହା ସମ୍ଭବ ହୋଇପାରିନାହିଁ । ଅସନ୍ତୁଷ୍ଟ କଂଗ୍ରେସର ଜି-୨୩ ନେତାମାନେ ଏବେ ସକ୍ରୀୟ ହୋଇ ଉଠିଛନ୍ତି । କେବଳ ଏହି ନେତାଙ୍କ ପାଇଁ ହିଁ କଂଗ୍ରେସ ଆଜି ହାରିବାର ମୁଖ୍ୟ କାରଣ ବୋଲି ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking