ଖୋର୍ଦ୍ଧା: ଲୋକଙ୍କ ଉପରେ ବିଧାୟକ ଗାଡି ମଡାଇବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଜଣେ ବୃଦ୍ଧଙ୍କ ଉପରେ ଗାଡ଼ ମାଡ଼ି ଯାଇଥିବାରୁ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି । ସେ ଆଉ ଚାଲିପାରୁନଥିବାରୁ ଜଣେ ବ୍ୟକ୍ତି ତାଙ୍କୁ ସହଯୋଗ ସ୍ୱରୂପ ଟେକି ନେଉଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ଦୃଷ୍ଟି ରଖାଯାଇଛି । ପୁଲିସର ସୂଚନା ଅନୁସାରେ, ୧୫ ବିଜେପି କର୍ମୀ ଓ ୯ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଏଥିସହ ୨ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।